ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ରେ ଅବ୍ୟବସ୍ଥା
ବରଗଡ଼, (ଯୁଗାବ୍ଦ ନ୍ୟୁଜ):ବରଗଡ଼ ରେ ଚାଲିଥିବା ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ସମଗ୍ର ଭାରତ ତଥା ବିଦେଶରୁ ଆସୁଥିବା କଳାକାର ମାନଙ୍କ ରହିବା ଖାଇବା ଯାତାୟାତ ଆଦି ଜିଲ୍ଲା ପ୍ରଶାସନ ର ଦାୟିତ୍ଵ ରହିଥିବା ବେଳେ ଚଳିତ ବର୍ଷ ତାଙ୍କ ଖାଦ୍ୟ ପେୟ ସ୍ଥାନୀୟ ଆନନ୍ଦ ମଣ୍ଡପରେ ଯେଉଁ ମାନଙ୍କ ବ୍ୟବସ୍ଥା କରାଯାଇଛି ! ସେମାନେ ଉତ୍ତମ ଭୋଜନ କରୁ ନ ଥିବା ଅଭିଯୋଗ ହୁଏ ! ଏଠାରେ ଖାଇବା ପିଇବା ଅବହେଳା କରାଯାଉଥିବାରୁ କଳାକାର ମାନେ ଅସନ୍ତୁଷ୍ଟ ଥିବାର ଜଣାଯାଏ !ଚଳିତ ବର୍ଷ କେତେକ କଳାକାର ମାନଙ୍କ ପାଇଁ ଆନନ୍ଦ ମଣ୍ଡପରେ ଖାଇବା ପିଇବା ବ୍ୟବସ୍ଥା କରାଯାଇଛି ! ତେବେ କଳାକାର ମାନଙ୍କ ଦୂରାବସ୍ଥା ସମ୍ପର୍କ ରେ କେତେକ ବୁଦ୍ଧିଜୀବି ଏହି ସାମ୍ବାଦିକ ଙ୍କୁ ଜଣାଇଛନ୍ତି ଯେ ଚଳିତ ବର୍ଷ ଧନୁଯାତ୍ରା ରେ ରାଜା ମନ୍ତ୍ରୀ ତଥା ମଥୁରା ପୁର ବାସୀଙ୍କ ଭରପୁର ମନୋରଞ୍ଜନ କରୁଥିବା କଳାକାର ମାନେ ଅସଳରେ ଭଲ ଖାଦ୍ୟ ଖାଇବାରୁ ବଞ୍ଚିତ ହେଉଛନ୍ତି ! ଏ ପରିକି ପିଇବା ପାଣିର ମଧ୍ୟ ସୁ ବ୍ୟବସ୍ଥା ନ ଥିବାରୁ କଳାକାର ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ! ସରକାର ବରଗଡ଼ ଧନୁଯାତ୍ରା ନାମରେ କୋଟି କୋଟି ଟଙ୍କାର କାରବାର କରୁଥିବା ବେଳେ, ଏପରିକି ପାର୍କିଂ ନାମରେ ପ୍ରତି କାର ପାଇଁ ଦୁଇ ଶହ ଟଙ୍କା ଅସୁଳ କରାଯାଉଥିବା ବେଳେ କଳାକାର ମାନଙ୍କୁ କାହିଁକି ମୌଳିକ ସୁବିଧା ରୁ ବଞ୍ଚିତ କରାଯାଉଛି ଏବଂ କାହା ସ୍ବାର୍ଥରେ ଏ ସବୁ ଅବ୍ୟବସ୍ଥା ହେଉଛି ଉଚିତ ତଦନ୍ତ କରାଯିବାକୁ ବରଗଡ଼ ର ବୁଦ୍ଧିଜିବୀ ଓ ଜନସାଧାରଣଙ୍କ ପକ୍ଷରୁ ଦାବୀ ହୁଏ !