ବିଶ୍ଵହିନ୍ଦୁ ପରିଷଦ ସଭାପତିଙ୍କ ପରଲୋକ

ଗଜପତି,(ଯୁଗାବ୍ଦ ନ୍ୟୁଜ୍): ଗଜପତି ଜିଲ୍ଲା ରା. ଉଦୟଗିରି ସହରର ସୁବୁଦ୍ଧି ସାହିରେ ରହୁଥିବା ବିଶ୍ଵହିନ୍ଦୁ ପରିଷଦର ସଭାପତି ବିଜୟ ପଣ୍ଡାଙ୍କ ସୋମବାର ପରଲୋକ ହୋଇଛି। ପୂର୍ବରୁ କିଛିଦିନ ହେଲା ତାଙ୍କ ଦେହ ଅସୁସ୍ଥ ଥିବାବେଳେ ସେ ଦୀର୍ଘଦିନ ଧରି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ କିନ୍ତୁ ସେ ସୁସ୍ଥ ହେବା ପରେ ସେ ନିଜ ଘରକୁ ଫେରି ନିଜ କର୍ମରେ ଲାଗିଥିଲେ। ବିଧିର ବିଧାନ କେ କରିବ ଆନ ଗତକାଲି ହଟାତ୍ ତାଙ୍କ ଦେହ ଅସୁସ୍ଥ ହେବା କାରଣରୁ ତାଙ୍କ ପରିବାର ଲୋକେ ବ୍ରହ୍ମପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ ହେଲେ ଆଜି ଦିନ ଦୁଇଟା ସମୟରେ ପଣ୍ଡା ନିଜର ଶେଷ ନିଶ୍ବାସ ଛାଡି ଇହ ଧାମ ଛାଡି ପରଧାମକୁ ଚାଲିଗଲେ ସେ ପିଲା ଦିନରୁ ହିଁ ପରାଉପକାରି ସେବା ମନବୃତ୍ତି ରଖିଥିଲେ ଏବଂ ସେ ବାଲ୍ୟ କାଳରୁ ହି ସ୍ଵୟଂ ସେବକ ସଂଘର ଏକ ସଦସ୍ୟ ଥିଲେ। କାଳକ୍ରମେ ଅଞ୍ଚଳର ସ୍ଵୟଂ ସେବକ ସଂଘର ସଭାପତି ଦାୟିତ୍ୱ ତୁଲାଇଥିଲେ। ରାଷ୍ଟ୍ରୀୟ ନବବର୍ଷ ହେଉ ଅବା ରାମ ନବମୀ ସେ ପ୍ରତ୍ୟେକ ଗ୍ରାମ ବୁଲି ଲୋକଙ୍କ ସମସ୍ୟା ବିଷୟରେ ବୁଝିବା ସହ ଗୋରିକା ପତାକା ପହଞ୍ଚାଉଥିଲେ ତା ସହ ସେ କିଛି ଦିନ ଖୋର୍ଦ୍ଧା ଜିଲ୍ଲାରେ ସେ ସ୍ଵୟଂ ସେବକ ସଂଘର ସଭାପତି ଭାବେ ଦାୟିତ୍ଵ ତୁଲାଇଥିଲେ ଗୋମାତାର ସୁରକ୍ଷା ପାଇଁ ଗ୍ରାମ ବୁଲି ଲୋକଙ୍କୁ ସଚେତନ କରାଉଥିଲେ। ଏବଂ ଅଞ୍ଚଳରେ କୌଣସି ଭିକ୍ଷୁକୁ/ଦରିଦ୍ରଙ୍କୁ ଦେଖିଲେ ସେମାନଙ୍କୁ ଖାଇବାକୁ ଦେବା ସହ ସେମାନଙ୍କର ଲାଳନ ପାଳନ କରୁଥିଲେ। ମାସକୁ ଥରେ ପ୍ରକାଶିତ ହେଉଥିବା ବିଶ୍ଵହିନ୍ଦୁ ପରିଷଦର ପତ୍ରିକା ଗୁଡାକୁ ଘର ଘର ବୁଲି ଲୋକଙ୍କୁ ସେବା ଯୋଗାଇ ଆସୁଥିଲେ। ବିଜୟ ପଣ୍ଡା ଚାଲିଗଲେ ସ କିନ୍ତୁ ଆଜିବି ତାଙ୍କୁ ଭୁଲି ନାହାନ୍ତି ଅଞ୍ଚଳର ଲୋକ ଓ ସ୍ଵୟଂ ସେବକ ସଂଘ ପରିବାର।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ