ବିଶ୍ୱକପ ହକି ଉଦଘାଟନ ପାଇଁ ପ୍ରତି ପଞ୍ଚାୟତରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ହାଟଡିହି, (ବିକାଶ ବିଶ୍ୱାଳ):ଆଜି ଓଡିଶାରେ ହକି ବିଶ୍ୱକପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ ଏଥିପାଇଁ ପ୍ରତି ପଞ୍ଚାୟତ ମାନଙ୍କରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି । ପ୍ରତି ପଞ୍ଚାୟତରେ ଦିନ ୧୧ଟାବେଳେ ମିଶନ ଶକ୍ତି ମହିଳା ମାନଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ୱକପ ହକିକୁ ଯେପରି ଲୋକମାନଙ୍କ ପାକରେ ପହଞ୍ଚି ପାରିବ ସେନେଇ ଜନସଚେତନତା କରିଥିଲେ । ସେହିପରି ଅପରାହ୍ନ ୪ଟା ବେଳେ ପ୍ରତି ପଞ୍ଚାୟତରେ ଏଲଇଡି ମାଧ୍ୟମରେ ଉଦଘାଟନ ଉତ୍ସବକୁ ଶହଶହ ଲୋକ ଉପଭୋଗ କରିଥିବାବେଳେ ସ୍ୱତନ୍ତ୍ର ଗ୍ରାମସଭା କରାଯାଇ ପ୍ରତି ପଞ୍ଚାୟତରେ ଖେଳକୁ କିପରି ଗୁରୁତ୍ୱ ଦିଆଯିବ ଓ ଯୁବ ଗୋଷ୍ଠୀ କିପରି ଖେଳ ପାଇଁ ପ୍ରୋତ୍ସାହନ ପାଇପାରିବେ ସେନେଇ ଗ୍ରାମସଭାରେ ପାରିତ କରାଯାଇଥିଲା । ବଡରମ୍ପାସ ପଞ୍ଚାୟତରେ ସରପଞ୍ଚ ରବିନ୍ଦ୍ର କୁମାର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ ଯୋଗଦେଇ ଦୁଇ ଦୁଇଥର ବିଶ୍ୱକପ ହକି ଆୟୋଜନ କରି ଓଡିଶା ଏବେ ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନା, ସମିତିସଭ୍ୟ ବାବନ ଚରଣ ସେଠୀ, ପିଇଓ ମଧୁସ୍ମିତା ମହାନ୍ତି, ଜିଆରଏସ ନିରଞ୍ଜନ ବାରିକ, ସମବାୟ ସମିତିର ସଭାପତି ନିରଞ୍ଜନ ସାହୁ, ବ୍ଲକ ଯୁବ ବିଜେଡି ଉପସଭାପତି ବଳରାମ ସାହୁ, ଯୁବନେତା ଅଭିମନୁ୍ୟ ସେଠୀ, ସନ୍ତୋଷ କୁମାର ପାତ୍ର, ଶ୍ରୀଧର ସାହୁ, ପାର୍ଥସୌରଭ ସା, ନାରାୟଣ ବେହେରା, ପ୍ରଶାନ୍ତ ପାତ୍ରଙ୍କ ସମେତ ପଞ୍ଚାୟତର ବହୁ ମାନଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । ଏହି ଅବସରରେ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ଉତ୍ସବକୁ ଅତିଥି ଓ ଯୋଗଦେଇଥିବା ଶହଶହ ଲୋକ ଏଲଇଡି ମାଧ୍ୟମରେ ଉପଭୋଗ କରିଥିଲେ । ସେହିପରି ହାଟଡିହି ପଞ୍ଚାୟତରେ ସରପଞ୍ଚ ଚିନ୍ମୟ ନାୟକ, ବଞ୍ଚୋ ପଞ୍ଚାୟତରେ ସରପଞ୍ଚ ପ୍ରଶାନ୍ତ କୁମାର ରାଉତ, ଶାସଙ୍ଗ ପଞ୍ଚାୟତରେ ସରପଞ୍ଚ ମଧୁମିତା ସ୍ୱାଇଁ, ଢ଼େଙ୍କା ପଞ୍ଚାୟତରେ ସରପଞ୍ଚ ସୁବାସିନୀ ସେଠୀ, କଳିଗାଁ ପଞ୍ଚାୟତରେ ସରପଞ୍ଚ ହେମଲତା ଜେନା, ଅକରୁଆ ପଞ୍ଚାୟତରେ ସରପଞ୍ଚ ହେମଲତା ବେହେରା, ଇଞ୍ଚୋଳ ପଞ୍ଚାୟତରେ ସସ୍ମିତା ମହାପାତ୍ର, ବାଙ୍ଗୋର ପଞ୍ଚାୟତରେ ସରପଞ୍ଚ ଅଙ୍କିତା ପଢ଼ିଆରୀ, ବାଲିବରେଇ ପଞ୍ଚାୟତରେ ହରପ୍ରୀୟା ଦଣ୍ଡପାଟ, ଆଇତିପୁର ପଞ୍ଚାୟତରେ ଲତିକା ଜେନା, ଷଡଙ୍ଗ ପଞ୍ଚାୟତରେ ସରପଞ୍ଚ ଅନ୍ତର୍ଯ୍ୟାମୀ ସେନାପତିଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ