ପ୍ରଧାନ ଶିକ୍ଷକଙ୍କୁ ଅଶ୍ରୁଳ ବିଦାୟ ସମ୍ବର୍ଦ୍ଧନା
ହାଟଡିହି, (ବିକାଶ ବିଶ୍ୱାଳ):ମାକୁଲି ଉଚ୍ଚ ପ୍ରଥମିକ ବିଦ୍ୟାଳୟ ମଧୁବନର ପ୍ରଧାନ ଶିକ୍ଷକ ଦୈତାରୀ ଚରଣ ରାଉତଙ୍କୁ ବିଦ୍ୟାଳୟ ଓ ଗ୍ରାମବାସୀଙ୍କ ପକ୍ଷରୁ ଅଶ୍ରୁଳ ଭାବ ବିହ୍ୱଳ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ମା କୁଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁକୁମାର ଦାଶଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ହଦଗଡ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗିରଥି ସାହୁ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ନାରାୟଣ ଚନ୍ଦ୍ର ଲେଙ୍କା, ସମ୍ମାନୀତ ଅତିଥି ଭାବେ ଓଲଷ୍ଟାର ବ୍ଲକ ସଭାପତି ହରମୋହନ ପଣ୍ଡା, ଓଲଷ୍ଟାର ବ୍ଲକ ସମ୍ପାଦକ ମିହିର କୁମାର ପଣ୍ଡା, ହଦଗଡ ପଞ୍ଚାୟତର ସରପଞ୍ଚ ନିରୁପମା ନନ୍ଦି, ପୁର୍ବତନ ସରପଞ୍ଚ ମଦନ ମୋହନ ନନ୍ଦି, ପୁର୍ବତନ ସରପଞ୍ଚ ଅଭିମନ୍ୟୁ ନାୟକ, ସିଆରସିସି ବାଳକୃଷ୍ଣ ଦାସ, ଜିଲ୍ଲା ସମ୍ପାଦକ ଅନ୍ତର୍ଯ୍ୟାମୀ ରାଉତ, ଶିକ୍ଷାବିତ ଶଶିଭୂଷଣ ପୁହାଣ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନରେନ୍ଦ୍ର ନାଏକ ପ୍ରମୁଖ ଯୋଗଦେଇ ମା କୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଦାୟୀ ପ୍ରଧାନ ଶିକ୍ଷକଙ୍କ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ । ଏହି ବିଦ୍ୟାଳୟକୁ ସେ ସ୍ଥାପନ କରିବା ସହିତ ଆଦିବାସୀ ଅଞ୍ଚଳର ଆଲୋକବର୍ତ୍ତିକା ସାଜିଥିଲେ । ସେ ଏହି ବିଦ୍ୟାଳୟରେ ଦୀର୍ଘ ୩୨ବର୍ଷ କାଳ ଶିକ୍ଷକତା କରି ଆସୁଥିବାବେଳେ ଜଣେ ମାତ୍ର ଶିକ୍ଷକରେ ସେ ଦୁଇଟି ଶ୍ରେଣୀର ୬୦ରୁ ୭୦ ପିଲାଙ୍କୁ ଶିକ୍ଷାଦାନ କରି ସମସ୍ତଙ୍କ ପ୍ରୀୟପାତ୍ର ହୋଇପାରିଥିଲେ । ତାଙ୍କ ଭଳି ଜଣେ ଆଦର୍ଶ ଶିକ୍ଷକ ମିଳିବା ନିଆରା ବୋଲି ଗ୍ରାମବାସୀମାନେ ଭାବ ବିହ୍ୱଳ ହୋଇ ମତବ୍ୟକ୍ତ କରିଥିଲେ । ଏପରିକି ପୁରାତନ ଛାତ୍ରଛାତ୍ରୀ ମାନେ ତାଙ୍କ ଭାଷଣ ସମୟରେ ଆଖିରୁ ଲୁହ ଝରାଉଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ତାଙ୍କୁ ବିଦ୍ୟାଳୟ ପକ୍ଷରୁ ଉତ୍ତରୀୟ, ମାନପତ୍ର ଓ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ଆଲୋକ ଚନ୍ଦ୍ର ସାହୁ, ଳକ୍ଷ୍ମଣ କୁମାର ମାଝୀ, ଅଲେଖ ଚନ୍ଦ୍ର ପହି, ଲକ୍ଷ୍ମୀ ନାରାୟଣ ନାଏକ, ତମାଳ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗଣନାଥ ନାୟକ, ହେମଲତା ନାଏକ, ଗୀତାଞ୍ଜଳୀ ନାଏକ, ବୃନ୍ଦାବନ ମୁଣ୍ଡିଆଳି, ମୁକୁନ୍ଦ ସୋରେନ, ଆର୍ତ୍ତବନ୍ଧୁ ନାଏକ, ଅର୍ଜୁନ ହାଁସଦା, ମାସଙ୍ଗ ହାଁସଦା ପ୍ରମୁଖ ସହଯୋଗ କରିଥିଲେ । ପ୍ରାରମ୍ଭରେ ଶତାଧିକ ଗ୍ରାମବାସୀ ଓ ପୁରାତନ ଛାତ୍ରଛାତ୍ରୀ ମାନେ ପ୍ରଧାନଶିକ୍ଷକ ଦୈତାରୀ ରାଉତଙ୍କ ନିଜ ଗାଁ ସଢ଼ା ପଞ୍ଚାୟତର ବରଗଡିଆକୁ ଯାଇ ସେଠାରୁ ଶିକ୍ଷକଙ୍କୁ ଏକ ଶୋଭାଯାତ୍ରାରେ ସ୍କୁଲ ନିକଟକୁ ପାଛୋଟି ଆଣିଥିଲେ ।


