ବିଶ୍ୱତାରିଣୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା ତାଲିମ ଶିବିର

ହାଟଡିହି, (ବିକାଶ ବିଶ୍ୱାଳ):ଛେନାପଦିଛକ ସ୍ଥିତ ବିଶ୍ୱତାରିଣୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ଏହି ଶିବିରକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ସୁକାନ୍ତୀ ମହାପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପ୍ରଧ୍ୟାପିକା ଉଷାରାଣୀ ଦାସ, ରାଜଶ୍ରୀ ଗୋସ୍ୱାମୀ, ପ୍ରଧ୍ୟାପକ ହିମାଶୁଂ ଶେଖର ମିଶ୍ର, ଅଧ୍ୟାପକ ଦତ୍ତାତ୍ରୟ ସାମଲ, କ୍ରୀଡା ଶିକ୍ଷୟତ୍ରୀ ସୁରଭୀ ଦାସ ପ୍ରମୁଖ ଯୋଗଦେଇ ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା ଶିବିର ଆବଶ୍ୟକତା ଉପରେ ବୁଝାଇଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଶିକ୍ଷିକା ଭାବେ ସୀମା ସୀମନ୍ତିନୀ ସାହୁ, ବିଳାଶିନୀ ସାହୁ ଯୋଗଦେଇ ଛାତ୍ରୀ ମାନଙ୍କୁ ଆତ୍ମରକ୍ଷାର ବିଭିନ୍ନ କୌଶଳ ଉପରେ ପ୍ରଶିକ୍ଷଣ ଦେଇଥିଲେ । ଏହି ଶିବିର ଆସନ୍ତା ୨୪ତାରିଖ ପର୍ଯ୍ୟନ୍ତ ଚାଲିବ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ