ବିଶ୍ୱବିଦ୍ୟାଳୟ ଖୋଲିବ, ହେଲେ ପିଲା ଆସିବେନି

ଭୁବନେଶ୍ୱର: କରୋନାକୁ ନେଇ ଓଡ଼ିଶାରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ କରୋନା ସଂକ୍ରମଣକୁ ରୋକିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । କରୋନା ମୁକାବିଲା ପାଇଁ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଥିବାବେଳେ ଏବେ ଏକ ବଡ଼ ଖବର ସାମାନାକୁ ଆସିଛି । ତାହା ହେଲା ଉଚ୍ଚଶିକ୍ଷା ବିଭାଗ ଅଧୀନ ସବୁ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକ ଖୋଲାଯିବ । କଟକଣା ସହ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଭିସିମାନଙ୍କୁ ସଚିବଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶନାମା ଅନୁଯାୟୀ ଥିଓରୀ, ପ୍ରାକ୍ଟିକାଲ କ୍ଲାସ ସିଧାସଳଖ ହେବନାହିଁ । ସେଗୁଡ଼ିକ ଅନଲାଇନରେ କରାଯିବ । ଏବେ କୌଣସି ପରୀକ୍ଷା ହେବନାହିଁ । ତେବେ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଭିସିମାନଙ୍କୁ ଦିଆଯାଇଛି । ସେହିପରି କୌଣସି ପିଲା ହଷ୍ଟେଲରେ ରହିପାରିବେ ନାହିଁ କି ବିନା ଅନୁମତିରେ ହଷ୍ଟେଲକୁ ଆସିପାରିବେ ନାହିଁ । ସେମିନାର ଓ ୱାର୍କସପ କରାଯିବା ନେଇ ମଧ୍ୟ ବାରଣ କରାଯାଇଛି । ତେବେ ଏନେଇ ଆବଶ୍ୟକ ଥିଲେ ଅନଲାଇନରେ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାଛଡ଼ା ଜୋନାଲ ମୂଲ୍ୟାୟନ କରିବାକୁ ମନା କରାଯାଇଥିବାବେଳେ ଅନଲାଇନରେ ପିଏଚଡି ଭିଭାଭୋସ ହେବ ବୋଲି କୁହାଯାଇଛି । ଗ୍ରୁପ-ଏର ସମସ୍ତ ଟିଚିଂ ଓ ନନ ଟିଚିଂ ଷ୍ଟାଫଙ୍କୁ ଦୈନିକ ଅଫିସ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ