ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏବିଭିପିର ବିକ୍ଷୋଭ
ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ) :-ତାମିଲନାଡୁର ତଂଜାବୁର ସେକ୍ରେଟ ହାର୍ଟ ସ୍କୁଲର 17 ବର୍ଷୀୟ ଛାତ୍ରୀ ଲାବନ୍ୟାଙ୍କୁ ସ୍କୁଲ୍ କର୍ମଚାରୀ ରାକଲିନ୍ ମେରି ଏବଂ ସାଗାୟା ମେରିଙ୍କ ଦ୍ୱାରା ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବାକୁ ବାରମ୍ବାର ନିର୍ଯାତନା ଦେବା ହେତୁ ସେ ଆତ୍ମହତ୍ୟା କରିଥିଲେ । ଲାବନ୍ୟା ର ଖରାପ ଆର୍ଥିକ ପରିସ୍ଥିତି ର ସୁଯୋଗ ନେଇ ବିଦ୍ୟାଳୟ କତୃପକ୍ଷ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିବାକୁ ମାନସିକ ନର୍ଯ୍ୟାତନା ଦେବା ସହ ଶାରୀରିକ ନିର୍ଯାତନା ମଧ୍ୟ ଦେଇଥିଲେ । ବିଦ୍ୟାଳୟ କତୃପକ୍ଷ ଙ୍କ ଖରାପ ବ୍ୟବହାର ଏବଂ ଶାରୀରିକ ନିର୍ଯାତନା ରେ ଅତିଷ୍ଠ ହୋଇ ଲାବନ୍ୟା ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ । ବିଦ୍ୟାଳୟ କତୃପକ୍ଷଙ୍କ ଜୋରଜବରଦସ୍ତି ଧର୍ମାନ୍ତକରଣ ପ୍ରୟାସ କୁ ବିରୋଧ କରିବା ସହ ଲାବନ୍ୟାକୁ ନ୍ୟାୟ ଦାବି ପାଇଁ ଏବିଭିପିର ରାଷ୍ଟ୍ରୀୟ ସଂପାଦିକା ନିଧୀ ତ୍ରିପାଠୀ ଓ ଅନ୍ୟ ୩୫ ଜଣ କାର୍ଯ୍ୟକର୍ତା ତାମିଲନାଡୁରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଥିବା ବେଳେ ତାମିଲନାଡୁର ଡିଏମକେ ସରକାର ପୋଲିସ ଲଗାଇ ବଳପୂର୍ବକ ଭାବରେ ଗିରଫ କରିଛି । ଲାବନ୍ୟାକୁ ନ୍ୟାୟ ମିଳିବା ସହ ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ଜେଲରୁ ଛାଡିବା ଦାବିରେ ଏବିଭିପି କଳାହାଣ୍ଡି ତରଫରୁ ବିକ୍ଷୋଭ ପ୍ରଦର୍ଶନ ହୋଇ ଯାଇଛି । ଏହି ଆନ୍ଦୋଳନରେ ଶିକ୍ଷାନୁଷ୍ଠାନ ଗୁଡିକରେ ଧର୍ମାନ୍ତରୀକରଣ ବନ୍ଦ କରିବାର ଦାବି ରଖା ଯାଇଛି । ଏହି ଆନ୍ଦୋଳନର ନେତୃତ୍ଵ ବିଶ୍ଵବିଦ୍ୟାଳୟ ଶାଖା ସଭାପତି ବିକାଶ ସାହୁ,ବିଭାଗ ସମିତି ସଦସ୍ୟ ଅକ୍ଷୟ ଧଙ୍ଗଡାମାଝି, ଶୁଭମ୍ ତ୍ରିପାଠୀ ନେଇଥିଲେ ।ଆଗାମୀ ଦିନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ତରଫରୁ ଏହି ବିଷୟକୁ ନେଇ ସାରା ଜିଲ୍ଲାରେ ଓ କ୍ୟାମ୍ପସ ଗୁଡିକରେ ଆନ୍ଦୋଳନ ତ୍ରିବତର ହେବ ବୋଲି ଜିଲ୍ଲା ସଂଯୋଜକ ନୃପମଣି ବାହୁକ ସୂଚନା ଦେଇଛନ୍ତି ।