ବିଶ୍ୱର ରହସ୍ୟମୟୀ ଦ୍ୱୀପ : ଯେଉଁଠି ମହିଳାଙ୍କୁ ଯିବା ମନା

ବିଶ୍ୱର ପ୍ରାୟ ସମସ୍ତ ଦେଶରେ କିଛି ନା କିଛି ନିୟମ ରହିଛି । କେଉଁଠି ମହିଳା-ପୁରୁଷଙ୍କୁ ଯିବା ପାଇଁ ହକ୍ ଦିଆଯାଇଛି ତ ଆଉ କେଉଁଠି ମହିଳାଙ୍କୁ ଯିବାକୁ ସମ୍ପୂର୍ଣ୍ଣ ବାରଣ ରହିଛି । ଜାପାନରେ ଏମିତି ଏକ ସ୍ଥାନ ରହିଛି ଯେଉଁଠିକି ମହିଳାଙ୍କୁ ଯିବା ମନା । ପୁରୁଷଙ୍କୁ ମନା ନ ଥିଲେ ମଧ୍ୟ ସେମାନଙ୍କ ପାଇଁ କିଛି କଡ଼ା ନିୟମ ରହିଛି । ଜାପାନର ଓକିନୋସିମା ଦ୍ୱୀପକୁ ମହିଳାମାନେ ଯିବା ପାଇଁ ପ୍ରତିବନ୍ଧକ ଲାଗିଛି? ଏହି ଦ୍ୱୀପଟି ଏକ ଧାର୍ମିକ ସ୍ଥଳ । ପୌରାଣିକ ଯୁଗରୁ ଏଠାରେ ଏପରି ନିୟମ ଚାଲିଆସୁଛି । ଏହି ଦ୍ୱୀପରେ ମୁନାକାତା ତାଇସା ଓକିତ୍ସୁ ମନ୍ଦିର ରହିଛି । ଯେଉଁଠି ସମୁଦ୍ରର ଦେବୀଙ୍କୁ ପୂଜା କରାଯାଏ । ଖାଲି ଯେ ମହିଳାଙ୍କ ପାଇଁ ଏଠାରେ ନିୟମ ରହିଛି ତାହା ନୁହେଁ, ପୁରୁଷଙ୍କ ପାଇଁ ମଧ୍ୟ କିଛି ନିୟମ ରହିଛି । ଏଠାକୁ ଆସୁଥିବା ପୁରୁଷମାନେ ବିବସ୍ତ୍ର ହୋଇ ସ୍ନାନ କରିବା ପରେ ମନ୍ଦିରରେ ପ୍ରବେଶ କରିବେ । ବର୍ଷକ ମଧ୍ୟରେ ମାତ୍ର ୨୦୦ ପୁରୁଷ ଏଠାକୁ ଦର୍ଶନ ନିମନ୍ତେ ଯାଇପାରିବେ । ମନ୍ଦିରକୁ ଯିବାକୁ ହେଲେ ସାଥୀରେ କୌଣସି ସାମଗ୍ରୀ ନେଇ ଯାଇପାରିବେ ନାହିଁ ବୋଲି ନିୟମ ରହିଛି । ୟୁନେସ୍କୋ ପକ୍ଷରୁ ଏହାକୁ ବିଶ୍ୱର ରହସ୍ୟମୟୀ ଦ୍ୱୀପ ଭାବେ ଘୋଷଣା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ