ଇ-ଗ୍ଲୋବ୍ : କୃତ୍ରିମ ହାତକୁ ଦେବ ବାସ୍ତବ ଅନୁଭବ
ଆମେରିକାର ପୁରଡ୍ୟୁ କଲେଜ ଅଫ ଇଞ୍ଜିନିୟରିଂର ଗବେଷକମାନେ ଏକ ଇଲେକ୍ଟ୍ରୋନିକ ଗ୍ଲୋବ୍(ଇ-ଗ୍ଲୋବ୍) ବିକାଶ କରିଛନ୍ତି, ଯାହା ପ୍ରୋସ୍ଥେଟିକ୍ ହ୍ୟାଣ୍ଡ୍ ବା ରୋବୋ ବାୟୋନିକ୍ ହ୍ୟାଣ୍ଡ୍କୁ ମଣିଷ ହାତ ସ୍ପର୍ଶର ବାସ୍ତବ ଅନୁଭବ ଦେଇପାରିବ । ଏହି ଗ୍ଲୋବ୍କୁ ବାୟୋନିକ ହ୍ୟାଣ୍ଡ୍ର ପିନ୍ଧିଲେ ତାହା ମଣିଷ ହାତ ଭଳି କୋମଳତା ଓ ଉଷ୍ମତା ଦେଉଛି । ଚାପ ଓ ତାପମାନକୁ ଅନୁଭବ କରିବା ସହ ଆର୍ଦ୍ରତା ବାରିପାରୁଛି । ଏହି ଗ୍ଲୋବ୍ରେ ସୂକ୍ଷ୍ମ ଓ ଚଳନଶୀଳ ସେନ୍ସର ଓ ସିଲିକନ ସର୍କିଟ ଚିପ୍ସ ଲଗାଯାଇଛି । ଏହାକୁ ସ୍ୱତନ୍ତ୍ର ଭାବେ ତିଆରି କରାଯାଇଥିବା ରିଷ୍ଟ୍ ୱାଚ୍ରେ ସଂଯୋଗ କରାଯାଇଛି । ପୁଡ୍ରୁ୍ୟ କଲେଜ୍ ଅଫ୍ ଇଞ୍ଜିନିୟରିଂର ସହକାରୀ ପ୍ରାଧ୍ୟାପକ ଚି ହ୍ୱାନ୍ ଲି ଏବଂ ତାଙ୍କ ସାଥୀ ଗବେଷକମାନେ କହିଛନ୍ତି ଯେ, ଏହି ଗ୍ଲୋବ୍ ପ୍ରୋସ୍ଥେଟିକ ହ୍ୟାଣ୍ଡ୍ ବ୍ୟବହାର କରୁଥିବା ବ୍ୟକ୍ତଙ୍କୁ ଅଧିକ ସହାୟକ ହୋଇପାରିବ । ଚଳପ୍ରଚଳ ହେବା ଭଳି ଅଙ୍ଗୁଳି ଓ କୃତ୍ରିମ ନଖ ଥିବା ଏହି ଗ୍ଲୋବ୍ ବିଭିନ୍ନ ସ୍କିନ୍ଟୋନ୍ କଲର୍ରେ ବଜାରରେ ଉପଲବ୍ଧ ହେବ ବୋଲି କହିଛନ୍ତି ଗବେଷକମାନେ ।


