ବିଶ୍ୱର ସବୁଠାରୁ ପୁରୁଣା ହୋଟେଲ ଗୋଟିଏ ରାତିକୁ ୩୩ ହଜାର

ବିଶ୍ୱରେ ଅନେକ ପୁରାତନ ହୋଟେଲମାନ ରହିଛି । ଏଗୁଡ଼ିକ ସମୟ ସାଙ୍ଗକୁ ପରିବର୍ତ୍ତନ ମଧ୍ୟ ହୋଇଥାଏ । ମାତ୍ର ଜାପାନରେ ଏମିତି ଏକ ହୋଟେଲ ରହିଛି, ଯାହା ଆଜି ଇତିହାସ ପାଲଟିିଛି । “ନିଶିୟାମ୍ ଓନ୍‌ସେନ୍ କ୍ୟୁନାକାନ୍‌’ ନାମକ ଏହି ହୋଟେଲ ବିଶ୍ୱର ସବୁଠାରୁ ପୁରାତନ । ଏହା ଗିନିଜ୍ ୱାଲର୍ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି । ଫୁଜିୱାରା ମହିତୋ ନାମକ ଜଣେ ବ୍ୟକ୍ତି ଏହାକୁ ତିଆରି କରିଥିଲେ । ପାଖାପାଖି ୧୩ ଶହ ବର୍ଷ ପୁରୁଣା ଏହି ହୋଟେଲକୁ ତାଙ୍କ ପରିବାରର ୫୨ତମ ପିଢ଼ି ଚଳାଇ ଆସୁଛନ୍ତି । ଏଠାକୁ ସାରା ବିଶ୍ୱରୁ ଲୋକେ ଆସିଥାନ୍ତି । ବିଳାସମୟ ଝରଣା ପାଇଁ ଏହା ବେଶ୍ ପ୍ରସିଦ୍ଧ । ଯାହାକି ଅନ୍ୟ ହୋଟେଲଠାରୁ ଭିନ୍ନ ଏବଂ ଖାସ୍ ହୋଇପାରିଛି । ହୋଟେଲର ଗୋଟିଏ ପଟେ ଏକ ସୁନ୍ଦର ନଦୀ ବହିଯାଇଥିବାବେଳେ ଅନ୍ୟପଟଟି ଘନ ଜଙ୍ଗଲରେ ପରିପୂର୍ଣ୍ଣ । ଏହି ହୋଟେଲରେ ୩୭ଟି କଠୋରୀ ରହିଛି । ଗୋଟିଏ ରାତି ଏଠାରେ ରହିବା ପାଇଁ ପ୍ରାୟ ୩୩ ହଜାର ଟଙ୍କା ଦେବାକୁ ପଡ଼ିଥାଏ । ମଝିରେ ମଝିରେ ଏହି ହୋଟେଲର ନବୀକରଣ ହୋଇଥାଏ । ଶେଷଥର ପାଇଁ ୧୯୯୭ରେ ଏହାର ନବୀକରଣ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ