ସତ୍ୟପୀରକୁ କରମବୀର ଚକ୍ର ପୁରସ୍କାର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଦେପୁର ଗ୍ରାମର ସତ୍ୟପୀର ପ୍ରଧାନଙ୍କୁ ରବିବାର କରମବୀର ଚକ୍ର ପୁରସ୍କାର ରେ ପୁରସ୍କିତ କରାଯାଇଛ ି । ଓଡିଶାର ପଞ୍ଚମ୍ୟାନ ଭାବେ ସୁପରିଚିତ ସତ୍ୟପୀର ପ୍ରଧାନ ।ବିଶ୍ୱ ନେତୃତ୍ୱ ଫେଲୋଶିପ୍ ଆଇସିଓଏନଜି ଏବଂ ଜାତିସଂଘ ଡୋଗ୍ରା ହଲ୍ ଆଇଆଇଟି ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି । ତାଙ୍କ ବ୍ୟକ୍ତିତ୍ୱ ମଧ୍ୟରେ ଦୁଇ ଧର ଗିନିଜ ବୁକ୍ ରେକର୍ଡ କରି ଯୁବଗୋଷ୍ଠିକ ପାଇଁ ପ୍ରେରଣାର ଉତ୍ସ ହୋଇଥିବା ବେଳେ ତାଙ୍କୁ ଫିଲୋସିପ୍ ପୁରସ୍କାର ପ୍ରଦାନ କରାଯାଇଛି । ପୁରସ୍କାର ମିଳିବା ପରେ ତାଙ୍କୁ ବିଭିନ୍ନ ଜିଲ୍ଲାରୁ ବୁଦ୍ଧିଜୀବି ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ଶୁଭେଚ୍ଛାର ସୁଅ ଛୁଟିବାରରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ