ବିଶ୍ୱ ଜଳାତଙ୍କ ଦିବସ ଅବସରରେ ସଚେତନତା ସଭା

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ପୂର୍ବାହ୍ନରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତାଲିମ କେନ୍ଦ୍ରଠାରେ ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଚେତନତା ସଭାରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମୃତ୍ୟୁଞ୍ଜୟ ମିଶ୍ର ସଭାପତିତ୍ୱ କରି ନିରାପଦ ଗର୍ଭପାତର ଆବଶ୍ୟକତା ଏବଂ ଏ ସମ୍ପର୍କରେ ସଚେତନତା ସୃଷ୍ଟି ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ସହକାରୀ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପରେଶ ଚନ୍ଦ୍ର ନନ୍ଦୀ, ଡା. ରଞ୍ଜନ କୁମାର ନାୟକ, ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ଅନ୍ନପୂର୍ଣ୍ଣା ଜେନା ଏବଂ ଡାକ୍ତର ଅନୁପନ କୁମାର ଘୋଷ ନିରାପଦ ଗର୍ଭପାତ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ନିରାପଦ ଗର୍ଭପାତ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରିଥିବା ୪ଜଣ ଆଶାଦିଦିଙ୍କୁ ସମ୍ମାନିତ କରାଯାଇଥିଲା । ଏହା ପରେ ପରେ ଅପରାହ୍ନ ୧ଘଟିକାରେ ବିଶ୍ୱ ଜଳାତଙ୍କ ଦିବସ ପାଳନ ଅବସରରେ ଆୟୋଜିତ ସଚେତନତା ସଭାରେ ପୌରହିତ୍ୟ କରି ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମୃତ୍ୟୁଞ୍ଜୟ ମିଶ୍ର ଜଳାତଙ୍କ ରୋଗର କାରଣ, ଏହାର ଭୟାବହତା ଏବଂ ଏଥିରୁ ରକ୍ଷା ପାଇବା ପାଇଁ ଠିକ୍ ସମୟରେ ଚିକିତ୍ସା ଓ ଟିକାକରଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଫକୀରମୋହନ ମେଡିକାଲ କଲେଜର ମେଡିସିନ୍ ବିଶେଷଜ୍ଞ ଡାକ୍ତର ଅନୁଲିତା ବାନାର୍ଜୀ ଜଳାତଙ୍କ ରୋଗର ପ୍ରତିକାର ଏବଂ ଚିକିତ୍ସା ବିଷୟରେ ଆଲୋଚନା କରିଥିଲେ । ଡିପିଏମ୍ ଶ୍ରୀ ଅନୀଲ କୁମାର ମହାନ୍ତି ଆଶାକର୍ମୀମାନଙ୍କୁ ନିଷ୍ଠାର ସହ କାର୍ଯ୍ୟ କରି ଆମ ଜିଲ୍ଲାକୁ ଜଳାତଙ୍କ ରୋଗମୁକ୍ତ କରିବାକୁ ଆହ୍ୱାନ ଦେଇଥିଲେ । ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ସୂଚନା ଅଧିକାରୀ ଶ୍ରୀ ରମଣୀକାନ୍ତ ଭଞ୍ଜଙ୍କ ତତ୍ୱାବଧାନରେ ଏହି କା ର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ଶ୍ରୀକାନ୍ତ ସେଠୀ ଏଥିରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ