ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଜନ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍): ସମ୍ପ୍ରତି ବିଶ୍ୱରେ ଦେଖା ଦେଇଥିବା ଜଳବାୟୁ ପରିବର୍ତ୍ତନ ଓ ପରିବେଶ ପ୍ରଦୂଷଣ ପାଇଁ ପ୍ରମୁଖ କାରଣ ହେଉଛି ପ୍ରତିଦିନ ଶହ ଶହ ସଂଖ୍ୟାରେ •ଲିଛି ଗଛକଟା । ପରିବେଶ ପାଇଁ ବୃକ୍ଷଲତାର ଅବଦାନକୁ ନେଇ •ଲିଛି ବିଭିନ୍ନ ପ୍ରକାର ସଚେତନତା ସଭା ଓ ସମାବେଶ । କିନ୍ତୁ ବାସ୍ତବରେ ସମାଜ ପାଇଁ ଅପରିହାର୍ଯ୍ୟ ଜଙ୍ଗଲ ଏବେ ସଙ୍କୁଚିତ ହେବାରେ ଲାଗିଛି । ବଢୁଥିବା ଜନସଂଖ୍ୟା ଓ ସେମାନଙ୍କର ବିଳାସ ପାଇଁ ବଳି ପଡୁଛି ସବୁଜିମା । କୋଠା, ସଡ଼କ, ଶିଳ୍ପ ଓ ରେଳପଥର ବିସ୍ତାର ପାଇଁ ଉଜୁଡ଼ି ଯାଉଛି ସବୁଜିମା । ଆଜି ବିଶ୍ୱ ପରିବେଶ ଦିବସ ଉପଲକ୍ଷେ କାଞ୍ଚନ ଫାଉଣ୍ଡେସନ ଏବଂ ଗୀତାଞ୍ଜଳୀ ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ମାଷ୍ଟର କ୍ୟାଣ୍ଟିନ ଛକଠାରେ ପଥ•ରୀମାନଙ୍କୁ •ରା ବଣ୍ଟନ କରାଯାଇ ଲୋକମାନଙ୍କୁ ପରିବେଶ ସୁରକ୍ଷା ପାଇଁ ସଚେତନ କରାଯାଇଥିଲା । କାଞ୍ଚନ ଫାଉଣ୍ଡେସନର ସମ୍ପାଦକ ତାପସ ରଞ୍ଜନ ମଲ୍ଳିକ, ଉପସଭାପତି ବିଶ୍ୱଜିତ୍ ସାମନ୍ତରାୟ, ଗୀତାଞ୍ଜଳୀ ଇଣ୍ଡିଆ ଫାଉଣ୍ଡେସନର ଅଧ୍ୟକ୍ଷ ରଞ୍ଜନ କୁମାର ମହାପାତ୍ର, ଶିକ୍ଷାବିତ୍ ପ୍ରମୋଦ ପାଢୀ, ପରିବେଶବିତ୍ ଦୀନବନ୍ଧୁ ଭୋଇ, ସମାଜସେବୀ ତୁଳସୀ ବିଶୋଇ, ଦେବରାଜ ବିଶୋଇ, ସୁନିଲ୍ କୁମାର ମଲ୍ଲିକ, ଜାତୀୟ ଯୁବ ସ୍ୱେଚ୍ଛାସେବୀ ଅନନ୍ତ ପ୍ରଧାନ, ଟିଭି ଉପସ୍ଥାପିକା ରୋଜାଲିନ ପଟ୍ଟନାୟକ ପ୍ରମୁଖ ପ୍ଲାକାଡ଼ ଧରି ପରିବେଶ ସୁରକ୍ଷିତ ରହିଲେ ମଣିଷ ସମାଜ ସୁରକ୍ଷିତ ରହିବ ବୋଲି ଲୋକମାନଙ୍କୁ ସଚେତନ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ