ବିଶ୍ୱ ବିଦ୍ୟାଳୟରେ ରାଜନୀତିକରଣ ବିରୋଧରେ ବିଜେପି ଯୁବ ମୋର୍ଚ୍ଚାର ବିକ୍ଷୋଭ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଓଡିଶା ସରକାରଙ୍କ ପ୍ରସ୍ତାବିତ ଓଡିଶା ବିଶ୍ୱ ବିଦ୍ୟାଳୟ ଆଇନ ସଂଶୋଧନ ଅଧିନିୟମ ୧୯୮୯ ଓ ରେଭେନସା ବିଶ୍ୱ ବିଦ୍ୟାଳୟ ଆଇନ -୨୦୦୫ ପ୍ରତ୍ୟାହାର ଏବଂ ବିଶ୍ୱ ବିଦ୍ୟାଳୟ ଗୁଡିକର ସ୍ୱାୟତତା କ୍ଷୂର୍ଣ୍ଣ କରିବାର ସମ୍ଭାବନା ଥିବାରୁ ଭାରତୀୟ ଜନତା ଯୁବମୋର୍ଚ୍ଚା କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଦିଲ୍ଲିପ କୁମାର ଦାଶଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଯୁବମୋର୍ଚ୍ଚାର କର୍ମୀ ମାନେ ଯୋଗଦେଇ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜୀ କରିଥିଲେ । ଏହି ଅବସରରେ ଶ୍ରୀ ଦାଶ ତାଙ୍କ ବକ୍ତବ୍ୟରେ ଏହି ଅଧିନିୟମ ଶିକ୍ଷା କ୍ଷେତ୍ରରେ ରାଜନୀତିକରଣ ଓ ଅମଲାତନ୍ତ୍ରୀକରଣ ଦ୍ୱାରା ବିଶ୍ୱ ବିଦ୍ୟାଳୟର କୁଳପତି ଏବଂ ଶିକ୍ଷା ବିଭାଗର ମର୍ଯ୍ୟାଦା ହାନୀ ହେବା ସହ ରାଜନେତା ଓ ସରକାରୀ ଅଧିକାରୀଙ୍କ ହସ୍ତକ୍ଷେପ ଫଳରେ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ,ପାଠ୍ୟକ୍ରମରେ ନାନା ପ୍ରକାର ପ୍ରିୟାପିତୀ ତୋଷଣ ହେବାର ସମ୍ଭାବନା ସୃଷ୍ଟି ହେବ । ତେଣୁ ଏଭଳି ସଂଶୋଧିତ ଅଧିନିୟମକୁ ପ୍ରତ୍ୟାହାର କରାଯାଉ ନଚେତ ଯୁବମୋର୍ଚ୍ଚା ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କହିଥିଲେ । ଏହି ବିକ୍ଷୋଭରେ ଯୁବନେତା ଅଭିମନ୍ୟୁ ଗୋଛାୟତ, ଦିଲ୍ଲିପ ଦାସ, ବିନ୍ଦୁସାଗର ଦାସ, ମୁକ୍ତିକାନ୍ତ ସ୍ୱାଇଁ, ସୁଦାମ ବାରିକ, ପ୍ରଶାନ୍ତ ସେଠୀ, ଜ୍ଞାନରଞ୍ଜନ ପ୍ରଧାନ, ବାସୁଦେବ ତ୍ରିପାଠୀ, ସନ୍ଦୀପନୀ ଆର୍ଯ୍ୟକୁମାର, ଅବିନାଶ ସ୍ୱାଇଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ