ବିଶ୍ୱ ମାତୃଭାଷା ଦିବସ ଉପଲକ୍ଷେ

ମାତୃଭାଷାହିଁ ବିଶ୍ୱ ଚିନ୍ତନର ଦ୍ୱାର
ବିପିନ ବିହାରୀ ମହାନ୍ତି
୧୯୪୭ରେ ଭାରତ ବିଭାଜନ ସମୟରେ ବଙ୍ଗଳା ପ୍ରଦେଶ ଧର୍ମକୁ ଆଧାର କରି ଦୁଇଭାଗ ହେଲା । ଏହାର ପଶ୍ଚିମ ଅଂଶଟି ଭାରତ ସହିତ ରହିଲା ଯାହାକୁ ଆମେ କହୁଛୁ ପଶ୍ଚିମ ବଂଗ । ଏଇଟି ପ୍ରାୟ ହିନ୍ଦୁଧର୍ମ ପ୍ରବଣ ଅଞ୍ଚଳ । ଏହାର ପୂର୍ବାଂଶଟି ପାକିସ୍ଥାନ ସହିତ ମିଶିଲା । ସେତେବେଳେ ସେ ଅଂଶଟିକୁ ପୂର୍ବ ବଂଗ ବା ପୂର୍ବ ପାକିସ୍ଥାନ କୁହାଗଲା । ଏହି ବିଭାଜନ ପରେ ଅର୍ଥନୈତିକ , ସାଂସ୍କୃତିକ ଏବଂ ଭାଷାଗତ ପାର୍ଥକ୍ୟ ନେଇ ପୂର୍ବ ଏବଂ ପଶ୍ଚିମ ପାକିସ୍ଥାନ ମଧ୍ୟରେ ସଦାବେଳେ ଦ୍ୱନ୍ଦ ଓ କଳହ ଲାଗିରହିଲା ଏବଂ ଏହା ଭୟଙ୍କର ରୂପ ନେଲା ଯେତେବେଳେ ୧୯୪୮ ମସିହାରେ ପାକିସ୍ଥାନ ସରକାର ପୂର୍ବ ପାକିସ୍ଥାନ ଉପରେ ଜବରଦସ୍ତ ଉର୍ଦ୍ଦୁକୁ ଜାତୀୟ ଭାଷା ରୂପେ ଲଦି ଦେଲା । ଏହା ପୂର୍ବ ପାକିସ୍ଥାନ ବା ବଂଗର ବଂଗାଳା କହୁଥିବା ଲୋକଙ୍କୁ ବାଧିଲା ଏବଂ ଏହା ତାଙ୍କ ମାତୃଭାଷା ହେତୁ ତା’ ଉପରେ ଉର୍ଦ୍ଦୁକୁ ଜବରଦସ୍ତ ଲଦି ନଦେବାକୁ ସେମାନେ ଆନ୍ଦୋଳନ କଲେ । ଆନ୍ଦୋଳନ ଚାଲିଲା । ଏହି ଆନ୍ଦୋଳନରେ ଭାଷାକୁ ନେଇ ପୂର୍ବ ବଂଗର ଢାକା ବିଶ୍ୱବିଦ୍ୟାଳୟର ଛାତ୍ରମାନେ ସଂଗ୍ରାମକୁ ଓହ୍ଲାଇଲେ । ସମଗ୍ର ପୂର୍ବ ବଂଗର ବଂଗଭାଷା କହୁଥିବା ବ୍ୟକ୍ତିମାନେ ବି ଏଥିରେ ସାମିଲ୍ ରହିଲେ । ଏହାକୁ ଦମନ କରିବା ପାଇଁ ଫେବୃୟାରୀ ୨୧, ୧୯୫୨ ମସିହାରେ ପାକିସ୍ଥାନ ସରକାରଙ୍କ ତରଫରୁ ଗୁଳି ଚାଲିଲା ଏବଂ ଏହି ଗୁଳିରେ ସହିଦ ହେଲେ ୪ଜଣ ଛାତ୍ର । ଏ ସଂଗ୍ରାମ ଚାଲିଥିଲା ନିଜ ମାତୃଭାଷାକୁ ନିଜ ଦେଶରେ ଚାଲୁରଖିବାର ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ।
ପରାଧୀନ ଶୃଙ୍ଖଳରୁ ମୁକ୍ତି ନେବା ପାଇଁ କୋଉ ଆଦିମ ଯୁଗରୁ ଏଯାବତ୍ ସଂଗ୍ରାମ ଚାଲିଛି । ଅନେକ ଏହି ସଂଗ୍ରାମରେ ନିଜ ଅଥବା ମାତୃଭୂମିର ମୁକ୍ତି ପାଇଁ ସହିଦ ହୋଇଛନ୍ତି; କିନ୍ତୁ ମାତୃଭାଷାର ବ୍ୟବହାର ନେଇ ଏବଂ ତାକୁ ସରକାରୀ ସ୍ୱୀକୃତି ଦେବା ଅର୍ଥରେ ସେତେବେଳର ପୂର୍ବ ପାକିସ୍ଥାନ ବା ବଂଗ ଏବଂ ଆଜିର ବଂଗଳା ଦେଶର ଯୋଉ ସଂଗ୍ରାମ ଚାଲିଥିଲା ଏବଂ ସେଥିରେ ଯେଉଁ ୪ଜଣ ଛାତ୍ର ମାତୃଭାଷା ପାଇଁ ଜୀବନ ବଳି ଦେଲେ, ତାହାର ଦୃଷ୍ଟାନ୍ତ ପୃଥିବୀରେ ଆଉ କେଉଁଠି ଦେଖାଯାଇନଥିଲା । ଏହି ଛାତ୍ର ମାନଙ୍କର ପ୍ରାଣ ବଳିରେ ସମଗ୍ର ପୂର୍ବବଂଗ ତାତିଉଠିଲା । ଶେଷରେ ବାଧ୍ୟ ହୋଇ ପାକିସ୍ଥାନ ସରକାର ଫେବୃୟାରୀ ୨୯, ୧୯୫୬ରେ ଏହାକୁ ବଂଗଳା ଭାଷାକୁ ସରକାରୀ ଭାଷା ରୂପେ ସ୍ୱୀକୃତି ଦେଲେ । ବଂଗଳା ଦେଶ ପଶ୍ଚିମ ପାକିସ୍ଥାନ ବିରୁଦ୍ଧରେ ସଂଗ୍ରାମ କରି ୧୯୭୧ରେ ସ୍ୱାଧୀନ ହେଲା ଏବଂ ବଂଗଳା ଭାଷା ସେବେଠୁ ଏହାର ସରକାରୀ ଭାଷା ରୂପେ ସ୍ୱୀକୃତି ନେଲା ।
ଭାଷାକୁ ନେଇ ଯାହା ଘଟିଗଲା ତାହା ଉପରେ ମିଳିତ ଜାତିସଂଘ ୧୭ ନଭେମ୍ବର, ୧୯୯୯ରେ ବଂଗଳା ଦେଶର ଭାଷା ସଂଗ୍ରାମକୁ ତଥା ଭାଷା ସହିଦଙ୍କୁ ସମ୍ମାନ ଜଣାଇ ଫେବୃୟାରୀ ୨୧କୁ ଆନ୍ତର୍ଜାତିକ ମାତୃଭାଷା ଦିବସ ରୂପେ ପାଳନ କରିବା ନିମନ୍ତେ ସ୍ଥିର ନିଶ୍ଚିତ କଲେ ଏବଂ ପ୍ରଥମ କରି ବିଶ୍ୱ ସ୍ତରରେ ଫେବୃୟାରୀ ୨୧, ୨୦୦୦ମସିହାଠାରୁ ଏହା ଆନ୍ତର୍ଜାତିକ ମାତୃଭାଷା ଦିବସ ରୂପେ ପାଳିତ ହୋଇଆସୁଅଛି । ଅବଶ୍ୟ ବଂଗଳା ଦେଶ ପାଇଁ ଏହା ଏକ ଛୁଟି ଦିବସ ରୂପେ ପାଳନ ହେଲେ ହେଁ ଅନ୍ୟତ୍ର ଏହାକୁ ସମ୍ମାନର୍ଥେ ପାଳନ କରାଯାଏ । ଏହି ଦିନ ମାତୃଭାଷାର ଉନ୍ନତି, ପ୍ରଗତି ଏବଂ ଏହାର ଯଥାଯଥ ସରକାରୀ ବା ବେସରକାରୀ ସ୍ତରରେ ବ୍ୟବହାର ପାଇଁ ଜାତିସଂଘର(ଟଘଋଝଉଙ) ତରଫରୁ ଗୁରୁତ୍ୱ ଦିଆଯାଉଛି ।
ଭାଷାପାଇଁ ବଂଗଳା ଦେଶରେ ବିଶ୍ୱରେ ୪ଟି ଛାତ୍ର ସହିଦ ହେଲେ ବି ଏହାକୁ ପାଳନ କରିବା ଯେତିକି ଯଥାର୍ଥ, ବିଶ୍ୱ ଅଧ୍ୟୟନ ଏବଂ ଚିନ୍ତନ ନିମନ୍ତେ ଏହାକୁ ଗୁରୁତ୍ୱ ତତୋଧିକ । ଏ ବିଶ୍ୱକୁ ଅଧ୍ୟୟନ କରିବାକୁ ହେଲେ ପ୍ରଥମେ ନିଜ ଭାଷାରେ ପାରଙ୍ଗତା ହାସଲ କରିବାକୁ ହେବ ଏବଂ ତା’ରି ମାଧ୍ୟମରେ ଅନ୍ୟାନ୍ୟ ଭାଷାକୁ ପଢ଼ିବାକୁ ହେବ । କାରଣ ଆଜିର ପୃଥିବୀରେ ଆମେ ଗୋଟିଏ ପରିବାର ପାଲଟିଛେ ଏବଂ ସେମାନଙ୍କ ସହିତ ଭାବର ଆଦାନ ପ୍ରଦାନ ନିମନ୍ତେ ଏକ ସାଧାରଣର ଭାଷାର ଆବଶ୍ୟକତା ରହିଛି; କିନ୍ତୁ କୌଣସି ପ୍ରକାରେ ମାତୃଭାଷାକୁ ଅବହେଳା କରାଯାଇନପାରେ । ଆମେ ଜାଣେ ଯେ ଗୋଟିଏ ଭାଷାର ଦକ୍ଷତା ଅନ୍ୟଭାଷା ଶିକ୍ଷଣରେ ସାହାଯ୍ୟ କରେ ।
ଭାଷା ହିଁ ଭାବ ପ୍ରକାଶର ଏକମାତ୍ର ମାଧ୍ୟମ । ଯେତେବେଳେ ପୃଥିବୀରେ କୌଣସି ଭାଷା ନଥିଲା, ସେତେବେଳେ ଆଦିମାନବ ବିଭିନ୍ନ ଧ୍ୱନି ମାଧ୍ୟମରେ ତା ହୃଦୟର ଦୁଃଖ, ଆନନ୍ଦ ବା ଯନ୍ତ୍ରଣାର ଭାବକୁ ପ୍ରକାଶ କରୁଥଲା ସେତେବେଳେ ଏହା ଥିଲା ମାନବ ଜାତିର ଏକମାତ୍ର ଭାଷା । ପରବର୍ତ୍ତୀ ସମୟରେ ବିଭିନ୍ନ ଭାଷାର ଉଦ୍ଭବ ହେଲା । ସେ ଭାଷା ଶୀକାରୀ ସାହିତ୍ୟର ଭାଷା, ସାଂକେତିକ ଭାଷା, ଧ୍ୱନି ଭାଷା, ଲିପି ଭାଷା ଅଥବା କଥିତ ଭାଷା ହୋଇପାରେ । ଏହି ସବୁ ମାଧ୍ୟମରେ ମଣିଷ ହୃଦୟର ପ୍ରତିଟି ଚିନ୍ତା, ଚେତନାକୁ ସେ ରୂପ ଦିଏ ଖାସ୍ ତା’ର ମାତୃଭାଷା ମାଧ୍ୟମରେ । ମା’ କ୍ଷୀର ପରି ମାତୃଭାଷା ଅମୃତ ସମାନ । ଏହାରି ମାଧ୍ୟମରେ ମନର ଭାବକୁ ସହଜ ଓ ସରଳ ଭାବରେ କାହାକୁ ବୁଝାଇହୁଏ ବା କାହାକୁ ବୁଝି ହୁଏ । ମା’ଠୁ ଶିକ୍ଷା କରିଥିବା ଏହି ପ୍ରଥମ ଭାଷାକୁ ମାତୃଭାଷା କୁହାଯାଏ ତା’ଠି ମା’ ପରି ମମତା ବୋଧ ବାରି ହୁଏ ଏବଂ ଭଲ ପାଇବାର ଭାବ ସେଇଠୁ ଜାଗ୍ରତ ହୁଏ ।
ଭାଷାକୁ ନେଇ କୌଣସି ବୈଷମ୍ୟ ରହିବା ଉଚିତ୍ ନୁହେଁ । କାରଣ ଭାଷାହିଁ ଏକତାର ପ୍ରତୀକ । ଭାଷା ପୁଣି ଆମ ପରଂପରା, ଐତିହ୍ୟ ଓ ସଂସ୍କୃତିର ସଂରକ୍ଷକ ତଥା ବାହକ ।
ଭାଷା ହିଁ ସବୁ ବିଦ୍ୟାର ଶିକ୍ଷଣର ଜନନୀ ତା’ରି ମାଧ୍ୟମରେ ଇତିହାସ, ସାହିତ୍ୟ, ବିଜ୍ଞାନ, ଭୂଗୋଳ, ଦର୍ଶନ ଏମିତି ଯେତେ ଆମର ଶିକ୍ଷଣୀୟ ଅଂଗ ଆମର ହୃଦଗତ ହୋଇଥାଏ । ଶିକ୍ଷା ପୁଣି ବିଭିନ୍ନ ଭାଷା ଦେଇ ଆମ ଜ୍ଞାନଭଣ୍ଡାରରେ ପ୍ରବେଶ କରୁ୍‌ଥିବା ହେତୁ ବିଭିନ୍ନ ଭାଷା ଶିଖିବା ଜରୁରୀ ଅଟେ । ଭାରତ ପରି ଏକ ଭାଷା ବହୁଳ ଦେଶରେ ସ୍ୱୀକୃତି ପ୍ରାପ୍ତ ଭାଷାଠାରୁ କଥିତ ଭାଷା ବଳାଇ ଯାଏ । ଏପରି ପ୍ରେକ୍ଷିରେ ଆମେ ସମସ୍ତ ଆଞ୍ଚଳିକ ଭାଷାକୁ ବଂଚାଇବା ସହିତ ଜାତୀୟ ଏକତାକୁ ଏକ ସ୍ୱତନ୍ତ୍ର ଭାଷା ମାଧ୍ୟମରେ ଗ୍ରହଣ କରିବାକୁ ବାଧ୍ୟ ହେଉ । ନଚେତ୍ ପରସ୍ପରକୁ ବୁଝିବାରେ ଏହା ପ୍ରତିବନ୍ଧକ ହେବ । ଭାରତ ପାଇଁ ଏହି କାରଣରୁ ହିନ୍ଦି ଏକ ଜାତୀୟ ଭାଷା । ଜଗତୀକରଣ ପକ୍ରିୟାରେ ଇଂରାଜି ଆମ ପାଇଁ ଆନ୍ତର୍ଜାତିକ ଭାଷା । ଆଶ୍ଚର୍ଯ୍ୟ ଯେ ଯୁକ୍ତରାଷ୍ଟ୍ର ଆମେରିକାରେ ୫୦ଟି ରାଜ୍ୟରେ ବହୁ ଭାଷା ପ୍ରଚଳିତ । ସେଠାରେ ବି ଦ୍ୱୈତ ନାଗରିକତାର ପ୍ରଚଳନ ଅଛି । ଦିନକୁ ଦିନ ଆମେରିକାରେ ଭାଷା ସଂଖ୍ୟା ବଢି ଚାଲିଛି କାରଣ ପୃଥିବୀର ସମସ୍ତ ଦେଶରୁ ବିଜ୍ଞ ,ପଣ୍ଡିତ, ବୈଜ୍ଞାନିକ ଇତ୍ୟାଦି ଏଠାରେ ବସବାସ କରନ୍ତି ତେଣୁ ଭାଷାକୁ ନେଇ ନାନା ସମସ୍ୟା ସୃଷ୍ଟି ହେବା କଥା; କିନ୍ତୁ ସେଠାକାର ସରକାର ଏକ ନିୟମ କରିଛନ୍ତି: ଯିଏ ଯୋଉଠି ବାସ କରୁଥାଉ ବା ଯିଏ ଯୋଉଠୁ ଆସୁ, ସେ ଆମେରିକାର ଜାତୀୟ ଭାଷା ଇଂରାଜୀ ନିଶ୍ଚୟ ଶିଖିବ ଏବଂ କହିବ । ନୋହିଲେ ସେଠି ରହିପାରିବ ନାହିଁ ।
ଭାଷାର ବହୁମୁଖୀ ଉପଯୋଗିତା ଥିବା ହେତୁ ପ୍ରତିଟି ବ୍ୟକ୍ତି ଏକାଧିକ ବା ତତୋଧିକ ଭାଷା ଶିକ୍ଷା କରିବା ଉଚିତ । ଦୁଃଖଯେ ଓଡ଼ିଶା ପରି ରାଜ୍ୟରେ ଆମେ ଭାଷାର ବି ସଂରକ୍ଷଣ ରକ୍ଷାକରିପାରୁ ନାହୁଁ । ଏହାର ଅନେକ ଆଦିବାସୀ ଭାଷା ଲୋପ ପାଇଗଲାଣି ଅଥବା ବିଲୁପ୍ତ ପ୍ରାୟ । ସେହିପରି ଅନ୍ୟାନ୍ୟ ଭାଷାର ପ୍ରଭାବରେ ଓଡ଼ିଆ ଭାଷାର ବହୁ ଶଦ୍ଦକୋଷ ଲୋପ ପାଇବାକୁୁ ବସିଲାଣି ଅଥଚ ପୃଥିବୀର ସର୍ବାଧିକ ଶଦ୍ଦକୋଷ ମଧ୍ୟରୁ ଓଡ଼ିଆ ଭାଷାର ଶଦ୍ଦକୋଷ ଅଧିକ । ମିଳିତ ଜାତିସଂଘ ଦୃଷ୍ଟିରେ କୌଣସି ମାତୃଭାଷାକୁ ମରିବାକୁ ଦିଆନଯାଉ । ସେ ତାହାର ଗୁରୁତ୍ୱ ବିଶ୍ୱକୋଷରେ ରକ୍ଷାକରୁ ।
ଜାତିସଂଘର(ୟୁନେସ୍କୋ) ଘୋଷଣା ନାମା ନଭେମ୍ବର ୧୯୯୯ (୩୦ସି/୬୨) ଏବଂ ୧୬ ମେ ୨୦୦୯ ଘୋଷଣାନାମା ( ଇ /ଜଋଝ/୬୧/୨୬୬)ଅନୁଯାୟୀ ୟୁନେସ୍କୋ କାମ କରେ “ଞକ୍ଟ କ୍ଟ୍ରକ୍ସକ୍ଟଜ୍ଞକ୍ଟଗ୍ଧର ଗ୍ଧଷର କ୍ଟ୍ରକ୍ସରଗ୍ଦରକ୍ସଙ୍ଖବଗ୍ଧସକ୍ଟଦ୍ଭ ବଦ୍ଭୟ କ୍ଟ୍ରକ୍ସକ୍ଟଗ୍ଧରମଗ୍ଧସକ୍ଟଦ୍ଭ କ୍ଟଲ ବକ୍ଷକ୍ଷ କ୍ଷବଦ୍ଭଶଙ୍କବଶରଗ୍ଦ ଙ୍କଗ୍ଦରୟ ଭଚ୍ଚ କ୍ଟ୍ରରକ୍ଟକ୍ଟ୍ରକ୍ଷରଗ୍ଦ କ୍ଟଲ ଗ୍ଧଷର ଙ୍ଗକ୍ଟକ୍ସକ୍ଷୟ. ଈଚ୍ଚ ଗ୍ଧଷର ଝବଜ୍ଞର କ୍ସରଗ୍ଦକ୍ଟକ୍ଷଙ୍କଗ୍ଧସକ୍ଟଦ୍ଭ, ଗ୍ଧଷର ଏରଦ୍ଭରକ୍ସବକ୍ଷ ଇଗ୍ଦଗ୍ଦରଜ୍ଞଭକ୍ଷଚ୍ଚ କ୍ଟ୍ରକ୍ସକ୍ଟମକ୍ଷବସଜ୍ଞରୟ ୨୦୦୮ ବଗ୍ଦ ଗ୍ଧଷର ଓଦ୍ଭଗ୍ଧରକ୍ସଦ୍ଭବଗ୍ଧସକ୍ଟଦ୍ଭବକ୍ଷ ଣରବକ୍ସ କ୍ଟଲ ଖବଦ୍ଭଶଙ୍କବଶରଗ୍ଦ, ଗ୍ଧକ୍ଟ କ୍ଟ୍ରକ୍ସକ୍ଟଜ୍ଞକ୍ଟଗ୍ଧର ଙ୍କଦ୍ଭସଗ୍ଧଚ୍ଚ ସଦ୍ଭ ୟସଙ୍ଖରକ୍ସଗ୍ଦସଗ୍ଧଚ୍ଚ ବଦ୍ଭୟ ସଦ୍ଭଗ୍ଧରକ୍ସଦ୍ଭବଗ୍ଧସକ୍ଟଦ୍ଭବକ୍ଷ ଙ୍କଦ୍ଭୟରକ୍ସଗ୍ଦଗ୍ଧବଦ୍ଭୟସଦ୍ଭଶ, ଗ୍ଧଷକ୍ସକ୍ଟଙ୍କଶଷ ଜ୍ଞଙ୍କକ୍ଷଗ୍ଧସକ୍ଷସଦ୍ଭଶଙ୍କବକ୍ଷସଗ୍ଦଜ୍ଞ ବଦ୍ଭୟ ଜ୍ଞଙ୍କକ୍ଷଗ୍ଧସମଙ୍କକ୍ଷଗ୍ଧଙ୍କକ୍ସବକ୍ଷସଗ୍ଦଜ୍ଞ.
ଖବଦ୍ଭଶଙ୍କବଶରଗ୍ଦ ବ କ୍ସର ଗ୍ଧଷର ଜ୍ଞକ୍ଟଗ୍ଦଗ୍ଧ କ୍ଟ୍ରକ୍ଟଙ୍ଗରକ୍ସଲଙ୍କକ୍ଷ ସଦ୍ଭଗ୍ଦଗ୍ଧକ୍ସଙ୍କଜ୍ଞରଦ୍ଭଗ୍ଧଗ୍ଦ କ୍ଟଲ କ୍ଟ୍ରକ୍ସରଗ୍ଦରକ୍ସଙ୍ଖସଦ୍ଭଶ ବଦ୍ଭୟ ୟରଙ୍ଖରକ୍ଷକ୍ଟକ୍ଟ୍ରସଦ୍ଭଶ କ୍ଟଙ୍କକ୍ସ ଗ୍ଧବଦ୍ଭଶସଭକ୍ଷର ବଦ୍ଭୟ ସଦ୍ଭଗ୍ଧବଦ୍ଭଶସଭକ୍ଷର ଷରକ୍ସସଗ୍ଧବଶର. ଇକ୍ଷକ୍ଷ ଜ୍ଞକ୍ଟଙ୍ଖରଗ୍ଦ ଗ୍ଧକ୍ଟ କ୍ଟ୍ରକ୍ସକ୍ଟଜ୍ଞକ୍ଟଗ୍ଧର ଗ୍ଧଷର ୟସଗ୍ଦଗ୍ଦରଜ୍ଞସଦ୍ଭବଗ୍ଧସକ୍ଟଦ୍ଭ କ୍ଟଲ ଜ୍ଞକ୍ଟଗ୍ଧଷରକ୍ସ ଗ୍ଧକ୍ଟଦ୍ଭଶଙ୍କରଗ୍ଦ ଙ୍ଗସକ୍ଷକ୍ଷ ଗ୍ଦରକ୍ସଙ୍ଖର ଦ୍ଭକ୍ଟଗ୍ଧ କ୍ଟଦ୍ଭକ୍ଷଚ୍ଚ ଗ୍ଧକ୍ଟ ରଦ୍ଭମକ୍ଟଙ୍କକ୍ସବଶର କ୍ଷସଦ୍ଭଶଙ୍କସଗ୍ଦଗ୍ଧସମ ୟସଙ୍ଖରକ୍ସଗ୍ଦସଗ୍ଧଚ୍ଚ ବଦ୍ଭୟ ଜ୍ଞଙ୍କକ୍ଷଗ୍ଧସକ୍ଷସଦ୍ଭଶଙ୍କବକ୍ଷ ରୟଙ୍କମବଗ୍ଧସକ୍ଟଦ୍ଭ ଭଙ୍କଗ୍ଧ ବକ୍ଷଗ୍ଦକ୍ଟ ଗ୍ଧକ୍ଟ ୟରଙ୍ଖରକ୍ଷକ୍ଟକ୍ଟ୍ର ଲଙ୍କକ୍ଷକ୍ଷରକ୍ସ ବଙ୍ଗବକ୍ସରଦ୍ଭରଗ୍ଦଗ୍ଦ କ୍ଟଲ କ୍ଷସଦ୍ଭଶଙ୍କସଗ୍ଦଗ୍ଧସମ ବଦ୍ଭୟ ମଙ୍କକ୍ଷଗ୍ଧଙ୍କକ୍ସବକ୍ଷ ଗ୍ଧକ୍ସବୟସଗ୍ଧସକ୍ଟଦ୍ଭଗ୍ଦ ଗ୍ଧଷକ୍ସକ୍ଟଙ୍କଶଷକ୍ଟଙ୍କଗ୍ଧ ଗ୍ଧଷର ଙ୍ଗକ୍ଟକ୍ସକ୍ଷୟ ବଦ୍ଭୟ ଗ୍ଧକ୍ଟ ସଦ୍ଭଗ୍ଦକ୍ଟ୍ରସକ୍ସର ଗ୍ଦକ୍ଟକ୍ଷସୟବକ୍ସସଗ୍ଧଚ୍ଚ ଭବଗ୍ଦରୟ କ୍ଟଦ୍ଭ ଙ୍କଦ୍ଭୟରକ୍ସଗ୍ଦଗ୍ଧବଦ୍ଭୟସଦ୍ଭଶ, ଗ୍ଧକ୍ଟକ୍ଷରକ୍ସବଦ୍ଭମର ବଦ୍ଭୟ ୟସବକ୍ଷକ୍ଟଶଙ୍କର – ଲକ୍ସକ୍ଟଜ୍ଞ ଗ୍ଧଷର ଟଘସଗ୍ଧରୟ ଘବଗ୍ଧସକ୍ଟଦ୍ଭଗ୍ଦ ଓଦ୍ଭଗ୍ଧରକ୍ସଦ୍ଭବଗ୍ଧସକ୍ଟଦ୍ଭବକ୍ଷ ଗକ୍ଟଗ୍ଧଷରକ୍ସ ଖବଦ୍ଭଶଙ୍କବଶର ଊବଚ୍ଚ ଜ୍ଞସମକ୍ସକ୍ଟଗ୍ଦସଗ୍ଧର.ସଂକ୍ଷେପରେ ଭାଷାର ସଂରକ୍ଷଣ ସହିତ ସେମାନଙ୍କର ବିଭିନ୍ନତା ମଧ୍ୟରେ ଏକତା, ସଂହତି ସହନଶୀଳତା ତଥା ସାଂସ୍କୃତିକ ଭାବର ଆଦାନ ପ୍ରଦାନ ଉପରେ ୟୁନେସ୍କୋ ଗୁରୁତ୍ୱ ଦିଏ ।
ଉପରୋକ୍ତ ଆଲୋଚନାରୁ ମାତୃଭାଷାର ଗୁରୁତ୍ୱ ପ୍ରତିଟି ବ୍ୟକ୍ତି ପ୍ରତି କେତେ ଆବଶ୍ୟକ ତାହା ସହଜରେ ଅନୁମେୟ । ଏଣୁ ଶଶୈବରୁ ଉତ୍ତମ ମାତୃଭାଷା ଶିକ୍ଷଣ ପ୍ରତି ଯଥାଯଥ ଭିତ୍ତିଭୂମି ପ୍ରସ୍ତୁତ କରାଇବା ଉଚିତ୍ ।
ଆଜିର ଏହି ଅବସରେ ଆମେ ଜାତିସଂଘର ଘେଷଣାନାମନୁଯାୟୀ ବଂଗଳା ଦେଶର ସେଇ ମାତୃଭାଷାର ସହିଦଙ୍କ ପ୍ରତି ସ୍ମୃତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସଂଗେ ସଂଗେ ଯେଉଁ କାରଣ ପାଇଁ ସେମାନେ ଜୀବନ ଦେଲେ, ସେହି କାରଣ ପାଇଁ ଆସ ଆମେ ବଂଚିବା । ଏ ଦିବସକୁ ପାଳନ କରିବା । କବି ଗଂଗାଧର ମେହେରଙ୍କ ଭାଷାରେ :- ଉଚ୍ଚ ହେବା ପାଇଁ କର ଯେବେ ଆଶା
ଉଚ୍ଚ କର ଆଗ ନିଜ ମାତୃଭାଷା । ।
ବିକାଶ ନଗର, ଜଟଣୀ, ଖୋର୍ଦ୍ଧା ।
ମୋ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ