ବିଶ୍ୱ ସନାତନ ଯୁବ ସେବା ସଂଘର ୨୬ତମ ବାର୍ଷିକ ଉତ୍ସବ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌):ନାଉଗାଁ ବ୍ଲକ ବାଲିସାହିସ୍ଥିତ ଦକ୍ଷିଣେଶ୍ୱର ପତିତପାବନ ଜିୟୁ ପୀଠ ପରିସରରେ ନାଉଗାଁ ବିଶ୍ୱ ସନାତନ ଯୁବ ସେବା ସଂଘର ପକ୍ଷରୁ ଆୟୋଜିତ ୨୬ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ଉଦଯାପନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ବାବା ସତ୍ୟାନନ୍ଦ ଦାସଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ଭାବେ ପ୍ରାଚୀ ଗୁରୁଧର୍ମ ନୟାହାଟର ବାବା ଦାମୋଦର ଦାସ ମହାରାଜ,ସମ୍ମାନୀତ ଅତିଥି ଭାବେ ଓଡିଶା ସାଧୁସନ୍ଥ ସମାଜର ସଭାପତି ମହନ୍ତ ମହାରାଜ ଚିନ୍ତାମଣୀ ପର୍ବତ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ପାରାଦ୍ୱିପ ପୋର୍ଟ ଟ୍ରଷ୍ଟର ପୂର୍ବତନ ଟ୍ରଷ୍ଟୀ ପ୍ରତାପ ମିଶ୍ର, ଯୋଗାଚାର୍ଯ୍ୟ ଅରୁଣ କୁମାର, ବାବା ଦିବ୍ୟକୃଷ୍ଣ ଦାସ, ମହନ୍ତ ଜଗନ୍ନାଥ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଆଧ୍ୟାତ୍ମିକ ଜ୍ଞାନ ସମାଜରେ ଅଭାବ ହେଲେ ମାନବ ବିପଦଗାମୀ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ଏହି କର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିଲୁରାମ ଜେନାଙ୍କୁ ନାଉଗାଁ ଗୌରବ ସମ୍ମାନରେ ସମ୍ମାନୀତ ଓ ତିରୁଣା ଇନ୍ଦିରା ସ୍ମାରକୀ ଯୁବକ ସଂଘକୁ ଜୀବାନନ୍ଦ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସଂଘର ଉପସଭାପତି ହିମାଂଶୁ ମହାନ୍ତି, ସିଦ୍ଧେଶ୍ୱର ବାରିକ, ମନୋଜ କୁମାର ନାୟକ, ଭ୍ରମରବର ଗୋଛାୟତ, ପ୍ରଶନ୍ନଜିତ ସାହୁ, ଶିକ୍ଷକ ସୁକାନ୍ତ କୁମାର ଲେଙ୍କା,ବିକ୍ରମ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ