ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ମହୋତ୍ସବ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ମହୋତ୍ସବ ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଂଗ ଦଳର ପ୍ରାୟ ୭୦୦ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଏକ ବିରାଟ ପଟୁଆରରେ ବାହାରି ନଗର ପରିକ୍ରମା କରି ବଡ ସ୍ଥାନୀୟ ବଡରାଧାକାନ୍ତ ମଠ ଠାରେ ପହଞ୍ଚିଥିଲେ । ସେଠାରେ ଆୟୋଜିତ ଏକ ସଭା କାର୍ଯ୍ୟକ୍ରମରେ ଯୋଗ ଦେଇ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ଗୁଣଗାନ କରିବା ସହ ହିନ୍ଦୁ ଜୀବନ ଶୈଳୀ ଏବଂ ହିନ୍ଦୁତ୍ୱ ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଶ୍ୱହିନ୍ଦୁ ପ୍ରଭାରୀ ତରଣୀ ସେନ, ବଜରଙ୍ଗ ଦଳର ଜିଲ୍ଲା ପ୍ରମୁଖ ଗୌତମ ପାଢୀ, ବିଶ୍ୱ ହିନ୍ଦୁ ପରିଷଦର ହରିମୋହନ ପଟ୍ଟନାୟକ, ଲୋକନାଥ ମିଶ୍ର, ସାଧୁ ସନ୍ଥଙ୍କ ମଧ୍ୟରେ ନିଗମାନନ୍ଦ ମହାରାଜୀ, ସ୍ୱାମୀ ଭାସ୍କରତୀର୍ଥ (ଲକ୍ଷ୍ମୀବାବା), ରାମାନନ୍ଦ ଦାସଜୀ ମହାରାଜ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀରାମ ନବମୀ ଠାରୁ ୭ଦିନ ବ୍ୟାପୀ ପ୍ରଭୁ ଶ୍ରୀରାମଙ୍କ ଜନ୍ମମହୋତ୍ସବ ପାଳନ କରିବା ଅବସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାର କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ