ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ଜଳଛତ୍ର
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଗଜପତି ଆରକ୍ଷୀ ଅଧୀକ୍ଷକ ଜୟରାମ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ଥାନାରେ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଜଳଛତ୍ର ଖୋଲା ଯାଉଛି । ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ମଧ୍ୟ ଜଳଛତ୍ର ଖୋଲା ଯାଇଛି । ଏହି ଜଳଛତ୍ରକୁ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଫିତା କାଟି ଶୁଭ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗଜପତି ଆରକ୍ଷୀ ଅଧୀକ୍ଷକ ଶ୍ରୀ ଶତପଥୀଙ୍କ ସହ ଏସଡିପିଓ ରାମକୃଷ୍ଣ ପତି, ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କୁ ଘୋଳ ଦହି ବଣ୍ଟନ କରିଥିଲେ । ଗ୍ରୀଷ୍ମ ପ୍ରବାହ କୁ ଆଖି ଆଗରେ ରଖି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହା ସହ ଜନସାଧାରଣଙ୍କୁ ସଚେତନତା ମଧ୍ୟ କରାଯାଇଛି । କିଛି କାମ ନଥିଲେ ବାହାରେ ନ ବୁଲିବା ଓ ଯଦି କାମ ଅଛି ଛତା ଜୋତା ବ୍ୟବହାର କରି ଘରୁ ବାହାରି ବାକୁ ପରାମର୍ଶ ଦିଆଯାଇଛି । ପୋଲିସ ର ଏହି ଭଳି ସଚେତନତା କାର୍ଯ୍ୟକ୍ରମ ଓ ଜଳଛତ୍ର ଖୋଲି ଲୋକଙ୍କୁ ଜଳ ପ୍ରଦାନ କୁ ଜିଲ୍ଲା ରେ ପ୍ରଶଂସା କରାଯାଇଛି ।


