ବିଷଧର ଜୀବ କାମୁଡିଲେ ହୁଏନି ମୃତ୍ୟୁ

ଭାରତର ଏଭଳି ଏକ ସ୍ଥାନ ଅଛି, ଯେଉଁଠି ବିଷଧର ଜୀବ କାମୁଡିଲେ ବା ଚୋଟ ମାରିଲେ ବି ଲୋକଙ୍କ ଉପରେ ଏହାର କୌଣସି ନକାରାତ୍ମକ ପ୍ରଭାବ ପଡେ ନାହିଁ । ୨୫୦ ବର୍ଷ ଧରି ଏଠାରେ ଏହି ଅଲୌକିକ ଧାରା ଜାରି ରହିଛି । ଯମୁନା ନଦୀ ନିକଟସ୍ଥ ମଥୁରାର ବଲଦେବ ତହସିଲ ଅନ୍ତର୍ଗତ ପାନୀଗାଁ ଓ ଗ୍ରାମରେ ଏହି ଅଲୌକିକ କାର୍ଯ୍ୟ ଦେଖିବାକୁ ମିଳୁଛି । ସ୍ଥାନୀୟ ଜଣେ ସାଧୁବାବାଙ୍କ ଅନୁସାରେ, ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ବଡଭାଇ ଶ୍ରୀବଳଦେବ ନିଜର ପ୍ରକୃତ ରୂପ ଶେଷନାଗ ଧାରଣ କରିବା ସମୟରେ ବ୍ରଜବାସୀଙ୍କୁ ବରଦାନ ଦେଇଥିଲେ ଯେ, ସାପ ଓ ବିଷଧର ଜୀବ କାମୁଡିଲେ ସେମାନଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ସେହିଦିନଠାରୁ ଏଠାରେ ବିଷଧର ସାପ କି ଅନ୍ୟ ଜୀବଙ୍କ କାମୁଡାରେ ମୃତ୍ୟୁ ଘଟଣା ଘଟିନାହିଁ । ଏଠାରେ ଆୟୋଜିତ ‘ବଲଦାଉ ଛଟୋତ୍ସବ’ରେ ବଡ଼ଧରଣର ମେଳା ଅନୁଷ୍ଠିତ ହୁଏ । ବିଷଧର ସାପ କାମୁଡୁଥିବା ବ୍ୟକ୍ତିମାନେ ଏହି ମେଳାକୁ ଆସିଥାନ୍ତି । ଶେଷନାଗଙ୍କ ପ୍ରତିମାରେ କଣ୍ଠମାଳାକୁ ଦୁଇ ତିନିଥର ଘୁରାଇ ରୋଗୀକୁ ପିନ୍ଧାଇ ଦେଲେ ରୋଗୀର ବିଷ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି । ବୃନ୍ଦାବନ ନିକଟରେ ଅକ୍ରୁରଙ୍କ ଭୂମି ଅଛି । କୁହାଯାଏ କୌଣସି କୀଟ କାମୁଡିଲେ ଏ ଭୂମିକୁ ଥରେ ପରିକ୍ରମା କରିଦେଲେ ବିଷର ପ୍ରଭାବ ରହିନଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ