ବିଷପଙ୍କ ଦ୍ଵାରା ପାଦ ପ୍ରକ୍ଷାଳନ ପର୍ବ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସ୍ଥାନୀୟ ପାରିସର ଖାରିଗୁଡା ଗ୍ରାମ ସାଧୁ ପ୍ରେରିତ ଜହନ ଚର୍ଚ୍ଚ ଠାରେ ବ୍ରହ୍ମପୁର ବିଷପ ଡ.ଶରତ ଚନ୍ଦ୍ର ନାୟକଙ୍କ ଦ୍ୱାରା ପାଦ ପ୍ରକ୍ଷାଳନ ପର୍ବ ଅନୁଷ୍ଠିତ ହୋଇଯାଇଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନ୍ତିମ ଭୋଜର ପର୍ବ ଗ୍ରାମରେ ମହାଆଡମ୍ବରରେ ପାଳନ କରାଯାଇଛି । ଏହି ଅବସରରେ ଗ୍ରାମର ମହିଳାମାନେ ବିଷପଙ୍କୁ ସ୍ୱାଗତ କରିବା ସହ ଏକ କଳସୀ ଶୋଭାଯାତ୍ରା କରି ଗ୍ରାମ ପରିକ୍ରମା କରିଥିଲେ। ୩ ଖଣ୍ଡ ଗ୍ରାମ ଖାରିଗୁଡା , ଗେରେଗେଡି ଓ ବାଡିପଙ୍କା ଗ୍ରାମର ୧୨ ଜଣ ମନୋନୀତ ଶିଷ୍ୟଙ୍କର ପାଦକୁ ବିଷପ ଡ.ନାୟକ ପ୍ରକ୍ଷାଳନ କରିଥିଲେ। ଏହି କାର୍ଯ୍ୟକ୍ରମଟି ଗ୍ରାମର ବେହେରା ହାଡ଼ୁବନ୍ଧୁ ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ଗ୍ରାମର କୈଳାସ ନାୟକ, ପିତର ନାୟକ, ବରଷାଦ ନାୟକ, ଆମିତ ନାୟକ, ସରୋଜ ନାୟକ, ବୁଲି ନାୟକ, ଡାଏନା ନାୟକ, ସୁଶାନ୍ତ ନାୟକ, ଲିପି ନାୟକ, ଉମାକାନ୍ତ, ବୁଲୁ, ଦିଲୀପ, କୁନାଳ, ରାଜୀବ, ଜୟନ୍ତ ନାୟକଙ୍କ ସମେତ ୩ ଖଣ୍ଡ ଗ୍ରାମର ଗ୍ରାମବାସୀ ସହଯୋଗ ଓ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ