ବିଷାକ୍ତ ଛତୁ ଖାଇ ୪ ଅସୁସ୍ଥ
ଗଞ୍ଜାମ ଜିଲ୍ଲା ତାରସିଂଙ୍ଗ ଥାନା ଅନ୍ତର୍ଗତ କାଦଲୁଣ୍ଡି ଗ୍ରାମରେ ବିଷାକ୍ତ ଛତୁ ଖାଇ ୪ ଜଣ ଅସୁସ୍ଥ ହୋଇଛନ୍ତି । ଆହାତ ମାନଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ପୁରୁଷ ସହ ଜଣେ ନାବାଳିକ ଆହାତ ହୋଇଛନ୍ତି । ଆହାତ ମାନଙ୍କ ମଧ୍ୟରେ କାଦମୁଣ୍ଡି ଗ୍ରାମର ୨ ଟି ପରିବାର ର କାଳୁ ନାଇକ (୬୫) , ଝରଣା ନାଇକ (୨୨) ,ରିତୁ ନାଇକ (୩୦) , ପୂଜା ନାଇକ ( ୨୨) ଆହାତ ହୋଇଛନ୍ତି । ଆହାତ ମାନଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିସ୍ରାଳୟରେ ଭର୍ତ୍ତିକରାଯାଇଛି ।