ବିଷାକ୍ତ ସାପ କାମୁଡାରେ ଜଣେ ମୃତ

ପାରଳାଖେମୁଣ୍ଡି, (ଯୁଗାବ୍ଦ ନ୍ୟୁଜ ) – ଗଜପତି ଜିଲା ରାୟଗଡା ବ୍ଲକ ସାବା ଗ୍ରାମରେ ଗୋଟିଏ ବିଷାକ୍ତ ସାପ କାମୁଡିବା ଯୋଗୁଁ ଜଣକର ମୃତ୍ୟୁ ଘଟିଥିବାର ଜଣାପଡିଛି । ସୂଚନା ମୁତାବକ କଇଁପୁର ପଞ୍ଚାୟତର ସାବା ଗ୍ରାମର ଟୁନୁ ଭୂୟାଁ ଆଜି ସକାଳୁ ସ୍ନାନଶୌଚ ହେବାପାଇଁ ଗ୍ରାମନିକଟସ୍ଥ ଏକ ନାଳକୁ ଯାଇଥିଲେ । ଏହି ସମୟରେ ସେଠାରେ କୌଣସି ଏକ ବିଷାକ୍ତ ସାପ କାମୁଡିଦେଥିଲା । ଏହାଫଳରେ ଘଟଣାସ୍ଥଳରେ ହିଁ ଟୁନୁଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଏହି ଖବର ଜାଣିବାପରେ ତାଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ମାନେ ଟୁନୁଙ୍କୁ ଉଦ୍ଧାର କରି ପାରଳାଖେମୁଣ୍ଡି ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଏଠାରେ ଡାକ୍ତର ତାଙ୍କର ମୃତ୍ୟୁ ହୋଇଯାଇଥିବାର ଘୋଷଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ