ବିଷୁବ ପଣା ବଣ୍ଟନ ଓ ଓଡିଆ ନବବର୍ଷ ପାଳନ

ଦିଗପହଣ୍ଡି ବ୍ଳକାଞ୍ଚଳର ବିଭିନ୍ନ ସ୍ଥାନରେ ମହା ବିଷୁବ ସଙ୍କ୍ରାନ୍ତି ଅବସରରେ ଓଡିଆ ନବବର୍ଷକୁ ସ୍ୱାଗତ ଜଣାଇ ସୂର୍ଯ୍ୟଙ୍କ ପ୍ରଖର କିରଣର ତେଜରୁ ମୁକ୍ତି ପାଇବା ପାଇଁ ସୂର୍ଯ୍ୟଙ୍କୁ ପୂଜା କରିବା ପରେ ପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁଞ୍ଜିକୟାଁ ଛକ ନିକଟରେ ଯୁବକସଂଘ ପକ୍ଷରୁ ପଣା ବଣ୍ଟନ କରାଯାଇଛି । ସେହିପରି ବସ୍ଷ୍ଟାଣ୍ଡ୍ରେ ବଣିକ ସଂଘ ସମେତ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ସଂଘ ପକ୍ଷରୁ ପଣା ବଣ୍ଟନ କରାଯାଇ ପରସ୍ପରକୁ କୋଳାଗ୍ରତ କରି ନବବର୍ଷକୁ ସ୍ୱାଗତ କରାଯାଇଛି । ସେହିପରି ସାନଖେମୁଣ୍ଡି ବ୍ଳକର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶିକ୍ଷାନୁଷ୍ଠାନ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ପକ୍ଷରୁ ପଥଚାରୀ ମାନଙ୍କୁ ବିଷୁବ ପଣା ବଣ୍ଟନ କରି ଓଡିଆ ନବବର୍ଷର ସ୍ୱାଗତ ଜଣାଇଥିଲେ । ସହରର ଅଞ୍ଚଳ କଲୋନୀ ଠାରେ ଖେମୁଣ୍ଡି ସ୍ୱାଧିକାର ମଞ୍ଚ ଏବଂ ପୁଞ୍ଜିକୟାଁ ଛକ ଠାରେ ହନୁମାନ ମନ୍ଦିର ପରିଚାଳନା କମିଟି ସମେତ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ମାନେ ପଣା ବଣ୍ଟନ କରିଥିଲେ । ଖେମୁଣ୍ଡି ସ୍ୱାଧିକାର ମଞ୍ଚ ପକ୍ଷରୁ ଉପଦେଷ୍ଟା ସମୀରକାନ୍ତ ତ୍ରିପାଠୀ, ଅଧ୍ୟାପକ ସତ୍ୟନାରାୟଣ ମିଶ୍ର, ଡମ୍ବୁରୁଧର ପାଢୀ, ବୁଲୁ ସାହୁ, ଲକ୍ଷ୍ମଣ ବେହେରା, ବି.ବିଜୟ ଦୋରା, ଶଙ୍କର୍ଷଣ ରଥ, ଚନ୍ଦନ ପାତ୍ର, ନୀଳକଣ୍ଠ ପଟ୍ଟନାୟକ, ମୁନା ବିଷୋୟୀ, ସୀମାଞ୍ଚଳ ଆଚାରୀ, ସାରଦା ସାହୁ, କାଳିଆ ପୃଷ୍ଟି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ହନୁମାନ ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁନା ବିଷୋୟୀ, ନୃସିଂହ ଚରଣ ବେହେରା, ବାବୁଲା ମହାରଣା, ରକି ପଟ୍ଟନାୟକ, ରୁନା ପଣ୍ଡା ପ୍ରମୁଖଙ୍କ ସମେତ ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ