ବିଷ୍ଣୁଚକ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲୋଗୋ ଉନ୍ମୋଚିତ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ବୁଗୁଡା ବ୍ଲକ ଅନ୍ତର୍ଗତ ବିଷ୍ଣୁଚକ୍ର ସରକାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମଗ୍ର ଶିକ୍ଷା ଲୋଗୋ ଉନ୍ମୋଚନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ ଏଲିମେଣ୍ଟାରୀ ବିଭାଗର ବିଦ୍ୟାଳୟ ଗୁଡିକରେ ସମଗ୍ର ଶିକ୍ଷାର ଲୋଗୋ ଅଙ୍କନ କରି ଉନ୍ମୋଚନ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହି ନିର୍ଦ୍ଦେଶ କ୍ରମେ ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମରେ ବିଷ୍ଣୁଚକ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଞ୍ଜୁବାଳା ପାତ୍ର, ସହକାରୀ ଶିକ୍ଷକ ଗୌରୀ ଶଙ୍କର ରଥ, ପଞ୍ଚୁ ବିଷୋୟୀ, ନାରାୟଣ ସମୁଦ୍ର ଓ ରବୀନ୍ଦ୍ର କୁମାର ବେହେରା ଏବଂ ସହକାରୀ ଶିକ୍ଷୟିତ୍ରୀ କିରଣ ବାଳା ତ୍ରିପାଠୀ, ଅନିତା କୁମାରୀ ସ୍ବାଇଁ ଓ ବାସବାଦତ୍ତା ଦାଶ ଯୋଗ ଦେଇଥିଲେ। ଏଥିସହ ଅଭିଭାବକ ତଥା ଗ୍ରାମବାସୀ ବୃନ୍ଦଙ୍କୁ ସର୍ବଶିକ୍ଷା ଅଭିଯାନର ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ଅବଗତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ