ବିଷ୍ଣୁଭୋଇଙ୍କ ହତ୍ୟାକାରୀଙ୍କୁ ଗିରଫ ଓ ତାଙ୍କ ପରିବାର କୁ କ୍ଷତି ପୂରଣ ଦାବିରେ ନିମାପଡା ଥାନା ଘେରାଉ

ନିମାପଡା, (ସନ୍ତୋଷ ଦାଶ):ଦଳିତ ବିଷ୍ଣୁ ଭୋଇ ଙ୍କ ହତ୍ୟାକାରୀ କୁ ଗିରଫ ଓ ତାଙ୍କ ପରିବାର କୁ କ୍ଷତିପୂରଣ ଦେବା ଦାବି ନେଇ ନିମାପଡ଼ା ଜାତୀୟ ଦଳିତ ଆଦିବାସୀ ମାଇନରଟି ମହାସଂଘ ର ସଭାପତି ପ୍ରଭାତୀ ମଲ୍ଲିକ ଓ ରାଜ୍ୟ ସଭାପତି ବିଜୟ କୁମାର ସେଠୀଙ୍କ ନେତୃତ୍ୱରେ ଶତାଧିକ ଦଳିତ କର୍ମୀ ଆଜି ନିମାପଡ଼ା ଥାନା ଘେରାଉ କରିବା ସହିତ ଗଣଧାରଣା ଦେଇଥିଲେ । ଘଟଣା ସ୍ଥଳରେ ନିମାପଡ଼ା ଉପ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (sdpo ) ଦେବାଶିଷ ମିଶ୍ର ଓ ଥାନା ଅଧିକାରୀ ଶଙ୍କର୍ଷଣ ଦଳାଇ ପହଞ୍ଚି ଘଟଣା ର ତଦନ୍ତ ଚାଲିଛି, ତଦନ୍ତ ପରେ ଖୁବ ଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ସେମାନେ ଗଣଧାରଣା ରୁ ଉଠିଥିଲେ । ସୂଚନାଯୋଗ୍ୟ କି,ଗତ ମାସ ୧୦ ତାରିଖ ଦିନ ନିମାପଡ଼ା ଥାନା ଅନ୍ତର୍ଗତ ପାଟପୁର ଗ୍ରାମର ବଳରାମ ଭୋଇ ଙ୍କ ପୁତ୍ର ବିଷ୍ଣୁ ଭୋଇ (୨୨ବର୍ଷ) ଙ୍କ ଶବ ନିକଟସ୍ଥ ରଟିଲୋ ଦହିଜଙ୍ଗ ଗ୍ରାମ ନିକଟରେ ଥିବା ଏକ ନାଳ ଭିତରେ ପଡ଼ିଥିବା ଲୋକେ ଦେଖି ସକାଳୁ ଥାନାକୁ ଖବର ଦେଇଥିଲେ ।ପ୍ରେମଜନିତ କାରଣ କୁ ନେଇ ବିଷ୍ଣୁ ଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ପକ୍ଷରୁ ପୋଲିସ ରେ ଅଭିଯୋଗ ହୋଇଥିଲା l ନିମାପଡ଼ା ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ କରିବା ସହିତ ଶବ କୁ ବ୍ୟବଛେଦ ନିମନ୍ତେ ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଏ ସମ୍ପର୍କରେ ନିମାପଡ଼ା ଥାନାରେ ୨୪୮/୨୧ ଦଫା ୩୦୨/୨୪ ରେ ଏକ ମାମଲା ରୁଜୁ କରାଯାଇଥିଲା । ଦୀର୍ଘଦିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରା ଯାଇନଥିବାରୁ ଅସନ୍ତୋଷ ହୋଇ ଆଜି ଦଳିତସଂଘ ପକ୍ଷରୁ ନିମାପଡା ଥାନା ଘେରାଉ ସହିତ ଗଣଧାରଣା ଦିଆଯାଇଥିଲା l ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ନିମାପଡା ଥାନା ପୋଲିସ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଏହି ଘଟଣା ର କ୍ରାଇମ ବ୍ରାଞ୍ଚ ତଦନ୍ତ ଲାଗି ଏକ ଦାବି ପତ୍ର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ଉଦେଶ୍ୟରେ ରେ ଥାନା ଅଧିକାରୀ ଶଙ୍କର୍ଷଣ ଦଳାଇ ଙ୍କୁ ସଙ୍ଘ ପକ୍ଷରୁ ପ୍ରଦାନ କରାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ