ବିଷ୍ଣୁ ଦାସଙ୍କ ଦେହାନ୍ତରେ ପୋଲସରା ବିଧାୟକଙ୍କ ଗଭୀର ଶୋକ ପ୍ରକାଶ

ପୋଲସରା, (ଅନିଲ କୁମାର ମହାରଣା) : ତିର୍ତ୍ତୋଲ ବିଧାୟକ ସ୍ବର୍ଗତ ବିଷ୍ଣୁ ଦାସଙ୍କ ବିୟୋଗରେ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଗଭୀର ଶୋକ ପ୍ରକାଶ କରବା ସହ ଆତ୍ମାର ସଦଗତି କାମନା ଓ ଶୋକାକୁଳ ପରିବାରକୁ ସମବେଦନା ଜଣାଇଛନ୍ତି। ସାହୁ ପ୍ରକାଶ କରିଛନ୍ତି ଯେ ୧୯୫୪ ମସିହାରେ ଜନ୍ମ ଗ୍ରହଣ କରିଥିବ ସ୍ବର୍ଗତ ବିଷ୍ଣୁ ଦାସ ପ୍ରବାଦ ପୁରୁଷ ବିଜୁବାବୁଙ୍କ ସମୟରୁ ରାଜନୈତିକ ଜୀବନ ଆରମ୍ଭ କରି ନବୀନ ବାବୁଙ୍କ ଶାସନ ପର୍ଯ୍ୟନ୍ତ ବିଭିନ୍ନ ପଦପଦବୀରେ ରହି ଜନପ୍ରିୟ ନେତା ହୋଇପାରିଥିଲେ। ଦାସଙ୍କ ଅକାଳ ମୃତ୍ୟୁ ରାଜ୍ୟ ପାଇଁ ଏକ ଅପୁରଣନିୟ କ୍ଷତି ଅଟେ ବୋଲି ପୋଲସରା ବିଧାୟକ ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ