ବିହାର କ୍ୟାଡର ଆଇଏଏସ ଅଧିକାରୀଙ୍କ ରଘୁରାଜପୁର ପରିଭ୍ରମଣ

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ଅପରାହ୍ନ ରେ ବିହାର କ୍ୟାଡର ର ୧୦ ଜଣ ଭାରତୀୟ ପ୍ରଶାସନିକ ଅଧିକାରୀ ପୁରୀ ଜିଲ୍ଲା ର ରଘୁରାଜପୁର ଗ୍ରାମ ଗସ୍ତରେ ଆସିଥିଲେ। ସେମାନେ ଐତିହ୍ୟ ଗ୍ରାମ ରଘୁରାଜପୁର ଯାହା ପଟ୍ଟଚିତ୍ର ପାଇଁ ବେଶ ଖ୍ୟାତି ଅର୍ଜନ କରିଛି ବୁଲି ଦେଖିଥିଲେ। ପଟ୍ଟଚିତ୍ରର ପ୍ରସ୍ତୁତି ପ୍ରଣାଳୀ, ତାହାର ବିକ୍ରି ର ବ୍ୟବସ୍ଥା, ଲାଭ କ୍ଷତି ସମ୍ପର୍କରେ ଶିଳ୍ପୀ ମାନଙ୍କ ଠାରୁ ପଚାରି ବୁଝିଥିଲେ।ପଟ୍ଟଚିତ୍ର କଳାକାର ମାନଙ୍କ ର ତାଲିମ, କଞ୍ଚାମାଲ, ବିକ୍ରି ପାଇଁ ବଜାର ସୁବିଧା, ଆବଶ୍ୟକତା ଓ ସେମାନଙ୍କ ସମସ୍ୟା ସମ୍ପର୍କରେ ମଧ୍ୟ ବାର୍ତ୍ତାଳାପ କରି ପଟ୍ଟଚିତ୍ର କ୍ରୟ କରିଥିଲେ।ଏହା ଏକ ଚମତ୍କାର ଅନୁଭବ ଓ ଅତି ସୁନ୍ଦର କୁଟୀର ଶିଳ୍ପ।ଏହାକୁ ଆହୁରି ଅଧିକ ଋଦ୍ଧିମନ୍ତ କରିବା ଉପରେ ସେମାନେ ଗୁରୁତ୍ୱ ଦେଇଥିଲେ।ସେମାନେ କାର୍ଯ୍ୟ କରିବାକୁ ଥିବା ଅଞ୍ଚଳ ମାନଙ୍କ ରେ ଏହି ଶିଳ୍ପ ବା କଳାର ଉପଯୋଗ ବିଷୟରେ ଚିନ୍ତା କରାଯାଇପାରେ ବୋଲି ସେମାନେ ସୂଚନା ଦେଇଥିଲେ।ସେମାନେ ରଘୁରାଜପୁର ରେ ପହଞ୍ଚିବା ପରେ ସହକାରୀ ଜିଲ୍ଲାପାଳ ଆଶୁତୋଷ ଦେ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ହସ୍ତଶିଳ୍ପ ନିଗମର ଉପ ନିର୍ଦ୍ଦେଶକ ଉମାପତି ବେହେରା,ହସ୍ତଶିଳ୍ପ ବିକାଶ ଅଧିକାରୀ ସୂର୍ଯ୍ୟକାନ୍ତ ପଣ୍ଡା,ଜରୁରୀ ବିଭାଗ ଡିପିଓ ସୁକାନ୍ତ କୁମାର ଦାଶ ପ୍ରମୁଖ ସ୍ୱାଗତ କରିଥିଲେ।ହସ୍ତଶିଳ୍ପୀ ଗୁରୁ ବିଶ୍ୱନାଥ ସ୍ୱାଇଁ,ଲକ୍ଷ୍ମୀଧର ସୁବୁଦ୍ଧି, ଅଭିରାମ ଦାସ ପ୍ରମୁଖ ଅନେକ ଗୁରୁ ଓ କଳାକାର ପଟ୍ଟଚିତ୍ର ସମ୍ପର୍କରେ ଅବଗତ କରାଇଥିଲେ।ପରେ ଅଧିକାରୀ ମାନେ କୋଣାର୍କ ମନ୍ଦିର ପରିଦର୍ଶନ କରିଥିଲେ।ପୂର୍ବରୁ ଏହି ଅଧିକାରୀ ମାନେ ପିପିଲି ମିଶନ ଶକ୍ତି ର କାଫେ ଦେଖିବା ସହ ଏହାର ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।ଏହି ଅଧିକାରୀ ମାନେ ସଂଧ୍ୟାରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ