ବୀର ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଓ ଜନଜାତି ଗୌରବ ଦିବସ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା) : ମହାନ କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀ ବୀର ବୀର ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀକୁ ଏହି ବର୍ଷ ପାଖରୁ ରାଷ୍ଟ୍ରୀୟ ଜନଜାତି ଗୌରବ ଦିବସ ଭାବେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଘୋଷଣା କରିଛନ୍ତି । ସେହି କ୍ରମରେ ଆଜି ଭାରତୀୟ ଜନତା ପାର୍ଟି ବାଲେଶ୍ୱର ଜିଲ୍ଲା କାର୍ଯ୍ୟଳୟରେ ବୀର ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଓ ଜନଜାତି ଗୌରବ ଦିବସ ଅତ୍ୟନ୍ତ ହର୍ସୋଲ୍ଲାସରେ ପାଳିତ ହୋଇଯାଇଛି । ବିର୍ସା ମୁଣ୍ଡାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ବଳନ ପୁର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ରାଜ୍ୟ ଜନଜାତି ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ବିପିନ ମାରାଣ୍ଡିଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡା, ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଜିଲ୍ଲା ଉପସଭାନେତ୍ରୀ କମଳା ବିନ୍ଧାଣି, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ରାଧାକୃଷ୍ଣ ଦାସ, ସୁସ୍ମିତା ପଣ୍ଡା, ସୁବୋଧ ଚନ୍ଦ୍ର ପଣ୍ଡା, ଶୋଭାକର ସାହୁ, ତରୁଣ ବର୍ଦ୍ଧନ, ଶୋଭାକର ସାହୁ ଓ ସମୀର ସରକାର ଅଶଂଗ୍ରହଣ କରିଥିଲେ । ଶ୍ରୀଯୁକ୍ତ ମାରାଣ୍ଡିଙ୍କ ସମେତ ବକ୍ତାମାନେ ବିର୍ସା ମୁଣ୍ଡାଙ୍କର ତ୍ୟାଗ ତପସ୍ୟା ଓ ବଳିଦାନ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ । ରାଷ୍ଟ୍ରୀୟ ଏକତା ଅଖଣ୍ଡତା ପାଇଁ ଆଜି ପୁଣିଥରେ ବିର୍ସା ମୁଣ୍ଡାଙ୍କର ଆବଶ୍ୟକତା ରହିଛି ବୋଲି ସଭାପତି ଶ୍ରୀଯୁକ୍ତ ମହାପାତ୍ର ମତ ପ୍ରକାଶ କରିଥିଲେ । ୧୫ ନଭେମ୍ବର ୧୮୭୫ ମସିହାରେ ବିର୍ସା ମୁଣ୍ଡାଙ୍କର ଜନ୍ମ ରାଞ୍ଚି ଉଲିହାଟୁ ରେ ହୋଇଥିଲା । ବାଲ୍ୟ କାଳରୁ ସେ ପ୍ରଖର ରାଷ୍ଟ୍ରଭକ୍ତ ଥିଲେ। ପାଠ ପଢ଼ିବା ସମୟରେ ସେ ଜନଜାତିଙ୍କ ମଧ୍ୟରେ ସଚେତନତା ଓ ସେମାନଙ୍କୁ ସଂଗଠିତ କରି ବ୍ରିଟିଶ ଶାସନ ବିରୁଦ୍ଧରେ ରଣହୁଙ୍କାର ଦେଇଥିଲେ। ସେ ସମୟରେ ତାଙ୍କର ଏହି ସ୍ଲୋଗାନ ” ଆବୁଆ ରାଜ ଇତେ ଜାନା, ମହାରାଣୀ ରାଜ ଟୁଡୁ ଜାନା ” ଏହାର ଅର୍ଥ “ଆମ ଶାସନ ପ୍ରତିଷ୍ଠା ହେଉ, ବ୍ରିଟିଶ ଶାସନ ପତନ ହେଉ ” ଜନଜାତିଙ୍କ ମଧ୍ୟରେ ପ୍ରବଳ ଉନ୍ମାଦନା ସୃଷ୍ଟି କରିଥିଲା। ମାତ୍ର ୨୫ ବର୍ଷ ମଧ୍ୟରେ ସେ କାରାଗାରରେ ମୃତ୍ୟୁ ବରଣ କରିଥିଲେ। ଶେଷରେ ଶୁଭଙ୍କର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ :- ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ, ଭାରତୀୟ ଜନତା ପାର୍ଟି, ବାଲେଶ୍ୱର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ