ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ପାହାଡ଼ି ତରଙ୍ଗ,କଳା ଏବଂ ସାଂସ୍କୃତିକ ଅନୁଷ୍ଠାନ ପରିସରରେ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇ ଯାଇଛି l କାର୍ଯ୍ୟକ୍ରମର ପ୍ରାରମ୍ଭରେ ଓଡିଶାର ଜାତୀୟ ସଂଗୀତ “ବନ୍ଦେ ଉତ୍କଳ ଜନନୀ “ସମବେତ ଭାବେ ଗାନ କରାଯାଇଥିଲା l ଏଥିରେ ଅନୁଷ୍ଠାନର ସଭାପତି କୌଶିକ ସାହୁ ସଭାପତିତ୍ଵ କରିଥିଲେ ଏବଂ ଅନୁଷ୍ଠାନର ଅନ୍ୟାନ୍ୟ କର୍ମକର୍ତ୍ତା ମାନଙ୍କ ଉପସ୍ଥିତରେ ପ୍ରଦୀପ ପ୍ରଜ୍ଜଳନ କରାଯାଇ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା l ଉକ୍ତ ଜୟନ୍ତୀ ସମାରୋହରେ ଅନୁଷ୍ଠାନରେ କର୍ମକର୍ତ୍ତାମାନେ ଯୋଗଦେଇ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୀବନୀ ସମ୍ବନ୍ଧରେ ଆଲୋଚନା କରିଥିଲେ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମୀ, ସୈନ୍ୟ ବାହିନୀ କିପରି ଇଂରେଜ ସରକାରଙ୍କୁ ବିତାଡ଼ିତ କରିବା ପାଇଁ ଯେଉଁ ପ୍ରୟାସ କରିଥିଲେ ସେ ନେଇ ବକ୍ତା ମାନେ ତାଙ୍କ କାର୍ଯ୍ୟାବଳୀ କୁ ଭୂୟସୀ ପ୍ରଂଶସା କରିଥିଲେ l ଏଥିରେ ଅନୁଷ୍ଠାନର ଉପଦେଷ୍ଟା ରାମଚନ୍ଦ୍ର ଗୋସ୍ୱାମୀ, କର୍ମକର୍ତ୍ତା ମିହିରକାନ୍ତ ପାଢ଼ୀ, ବିଶ୍ୱଜିତ ସାହୁ, ସରୋଜ କୁମାର ନାୟକ, ଶ୍ରୀଲେଖା ଶୁଭଲତା ପାଢ଼ୀ, ଗୋପାଳ କୃଷ୍ଣ ନାୟକ ଏବଂ ଗାୟତ୍ରୀ ପାଳ ପ୍ରମୁଖ ଉପସ୍ଥିତ ଥିଲେ l ଅନୁଷ୍ଠାନର ସମ୍ପାଦକ କେଦାର ନାଥ ନାୟକ ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ