ବୁଗୁଡ଼ା ପିପୁଲ୍ସ କଲେଜରେ ଏକ ଦିବସିୟ ଜାତୀୟ ସମ୍ମିଳନୀ

ବୁଗୁଡ଼ା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡ଼ା ପିପୁଲସ କଲେଜରେ ଏକ ଦିବସିୟ ଜାତୀୟ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପିପୁଲସ କଲେଜର ଆଇକ୍ଯୁଏସି ସହଯୋଗରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ କଲେଜ ସମ୍ମିଳନୀ କକ୍ଷରେ ଶୀର୍ଷକ “ବିଶ୍ବଗୁରୁ ଟୁ ବିଶ୍ବଗୁରୁ , ଦ ରିସେଣ୍ଟ ଟ୍ରେଣ୍ଡସ ଇନ୍ ଇଣ୍ଡିଆ ଫରେନ୍ ପଲିସି ଅଣ୍ଡର ମୋଦି ଗଭର୍ଣ୍ଣମେଣ୍ଟ” ଶୀର୍ଷକ ଜାତୀୟ ଆଲୋଚନା ଚକ୍ର ହୋଇଥିଲା। କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଫକୀର ମୋହନ ୟୁନିଭରସିଟି ପ୍ରଫେସର ଅନୀଲ କୁମାର ମହାପାତ୍ର, ମୁଖ୍ୟ ବକ୍ତା ଭାବେ ମୋତିଲାଲ ନେହେରୁ କଲେଜ, ଦିଲ୍ଲୀ ୟୁନିଭରସିଟି ପ୍ରଫେସର ରାଧାକାନ୍ତ ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ରଘୁନାଥ ଜୀଉ କଲେଜର ଅଧ୍ୟାପକ ଶାରଦା କାନ୍ତ ମିଶ୍ର ଓ ବ୍ରହ୍ମପୁର ଖଲ୍ଲିକୋଟ ୟୁନିଭରସିଟି ପ୍ରଫେସର ବରୁଣ କୁମାର ବେହେରା ଯୋଗଦାନ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅଧ୍ୟାପକ ଡ଼କ୍ଟର ବିନୋଦ କୁମାର କର ସେମିନାରର ସଂଯୋଜନା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଅଧିନରେ ସାମ୍ପ୍ରତିକ ବିଦେଶ ନୀତି, ଆତ୍ମନିର୍ଭରଶୀଳ ଭାରତ, ସବ୍ କା ସାଥି ସବକା ବିକାଶ ଭଳି ଯେଉଁ ସବୁ ଜନହିତକର ଯୋଜନାର ଦୃଷ୍ଟାନ୍ତମୂଳକ ତଥ୍ୟ ଉପସ୍ଥାପନ କରିଥିଲେ। ଶାନ୍ତି ଓ ମୈତ୍ରୀର ବାହାକ ସାଜି ବିଶ୍ବବନ୍ଧୁ ଭାରତ ଭବିଷ୍ୟତରେ ସାଂସ୍କୃତିକ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ମାର୍ଗ ଦର୍ଶକ ଭାବେ ବିଶ୍ବଗୁରୁ ହେବାର ସମ୍ଭାବନା ସମ୍ପର୍କରେ ଅତିଥି ବୃନ୍ଦ ଆଲୋକପାତ କରିଥିଲେ। ଏହି ଅବସରରେ ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ବିଭାଗୀୟ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ଓ ଅଧ୍ୟାପକ ଡ଼କ୍ଟର ବିନୋଦ କୁମାର କରଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରଦୀପ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପକ ବିନୋଦ କୁମାର କର ଆଲୋଚନା ଚକ୍ର ର ଉଧେଶ୍ୟ ଉପସ୍ଥାପନା କରିବା ସହ ଉଦ୍ଘାଟନୀ ଅଧିବେଶନ ରେ ଧନ୍ୟବାଦ ଅର୍ପଣ କରିଥିଲେ। ଆଲୋଚନାଚକ୍ରର ଉଦଯାପିତ ଅଧିବେଶନରେ ଅଧ୍ୟାପକ ଅନ୍ତର୍ଯ୍ୟାମୀ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଗଞ୍ଜାମ କଲେଜ ଅଧ୍ୟାପକ ଶୁଭେନ୍ଦୁ ବିକାଶ ଟହଲ ଯୋଗଦେଇ ଆଲୋଚନାର ଆବଶ୍ୟକତା ଉପରେ ପ୍ରକାଶ କରିଥିଲେ। ଏହି ସମ୍ମିଳନୀ ରେ ଯୁବ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ଏହି ଆଲୋଚନା ଚକ୍ରରୁ ସେମାନେ ମହତ୍ତ୍ୱପୂର୍ଣ୍ଣ ଶିକ୍ଷା ଏବଂ ବୃହତ ତଥ୍ୟ ଉପସ୍ଥାପନା ଦ୍ବାରା ସେମାନଙ୍କ ଭବିଷ୍ୟତର ଶିକ୍ଷା ଅଗ୍ରଗତି ହେବା ସହିତ ଦେଶ ପାଇଁ କିଛି କରିପାରିବେ ବେଳେ ଅତିଥି ବୃନ୍ଦ ପ୍ରକାଶ କରିଥିଲେ। ଏଥିରେ ୩ ଟି ଟେକିନକାଲ ଅଧିବେଶନରେ ୯୧ ଟି ସନ୍ଧର୍ପ ପାଠ ହୋଇଥିଲା। ଏହାସହିତ ସେମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଅଧ୍ୟାପକ ପବିତ୍ର ଖଣ୍ଡୁଆଳ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ