ବୁଗୁଡାରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ

ପୋଲସରା , (ଅନିଲ କୁମାର ମହାରଣା) : ପୁରୀ ଶ୍ରୀମନ୍ଦିର ଐତିହାସିକ ପରିକ୍ରମା ପ୍ରକଳ୍ପର ଲୋକାର୍ପଣର ଶୁଭ ଅବସରରେ ବୁଗୁଡ଼ା ଏନ୍ ଏ ସି ସମେତ ୨୧ ଗୋଟି ପଞ୍ଚାୟତରେ ଉତ୍ସାହର ସହ ଡିସେମ୍ବର ୧୭ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ବୁଗୁଡା ବ୍ଲକ ବିଡ଼ିଓ ସନ୍ତୋଷ କୁମାର ଜେନା ଓ ବୁଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମୀରଂଜନ ଦାଶଙ୍କ ତତ୍ବାବଧାନଧରେ ବୁଗୁଡ଼ା ପିପୁଲସ୍ ହାଇ ସ୍କୁଲ ମିନି ଷ୍ଟାଡିୟମରେ ଲୋକାର୍ପଣ କାର୍ଯ୍ୟକ୍ରମର ସିଧାପ୍ରସାରଣ ଏଲିଡି ଟିଭିରେ କରାଯାଇଥିଲା । ଏହାସହିତ ବୁଗୁଡ଼ା ବ୍ଲକର ୨୧ ଗୋଟି ପଞ୍ଚାୟତର ସରପଞ୍ଚ ମାନଙ୍କ ତତ୍ତ୍ଵାବଧାନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସିଧାପ୍ରସାରଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ତହସିଲଦାର ତାପସ ରାଉତ, ଏନ୍ଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷା ଗୀତାଞ୍ଜଳି ପାଢ଼ୀ, ବ୍ଲକ ଅଧ୍ୟକ୍ଷା କେ ପ୍ରିୟଦର୍ଶିନୀ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ,କେ ନୀଳମାଧବ ଆଚାରୀ, ସୁଧାଂଶୁ ଶେଖର ପାଢ଼ୀ, ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ନଗର ବିଜେଡି ସଭାପତି କେ. ତ୍ରିଲୋଚନ ଦୋରା, ସମସ୍ତ କାଉନସିଲର ସମେତ ବହୁ ଜନସାଧାରଣ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ