ବୁଗୁଡା ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଶିଳ୍ପୀ ସ୍ଥିତଧୀ ରଥ

ବୁଗୁଡ଼ା, (ଅନିଲ କୁମାର ମହାରଣା):ବୁଗୁଡା ଅଞ୍ଚଳର ବିଭିନ୍ନ ଗୌରବମୟ ବିଷୟ, ବିଶେଷ କରି ବୁଗୁଡା ସହରକୁ ବିଶ୍ୱ ଦରବାରରେ ପରିଚିତ କରିବାକୁ ଯେଉଁ କେତେଜଣ ଆନ୍ତରିକ ଉଦ୍ୟମ କରୁଛନ୍ତି, ସେମାନଙ୍କ ମଧ୍ୟରୁ ବିଶିଷ୍ଟ ଶିଳ୍ପୀ ସ୍ଥିତଧୀ ରଥ ମହୋଦୟ ହେଉଛନ୍ତି ଅନ୍ୟତମ। କିଛିଦିନ ପୂର୍ବେ ସଚେତନ ଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ” କରୋନା ତୁ ଫେରିଯା “, ” ମର୍ତ୍ତ୍ୟ ପୁରୀରେ ଯମରାଜ”, ଓ ” କରୋନା ପୁଣି ଫେରୁଛି ” ନିଜ ଉଦ୍ୟମରେ ସୃଷ୍ଟି କରିଥିବା ବେଳେ ବେଶ ଆଦୃତ ହେବାସହ ପୁରସ୍କୃତ ହୋଇପାରିଛି। ବୁଦ୍ଧଖୋଲର ପାଦଦେଶରେ ଚିତ୍ରଶିଳ୍ପୀ ମାନଙ୍କ ସମ୍ମିଳନୀ କରିବା ସହ ପ୍ରାଚୀର ଚିତ୍ର ଅଙ୍କନ କରି ଶିଳ୍ପୀ ମାନଙ୍କ ଦ୍ୱାରା ବୁଦ୍ଧଖୋଲର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଐତିହ୍ୟ ବିଶ୍ୱ ଦରବାରରେ ପରିଚିତ କରିବାକୁ ପଦକ୍ଷେପ ଗ୍ରହଣ କରିଥିଲେ। ଗଞ୍ଜାମ ଜିଲ୍ଲା ପାଇଁ ଗୌରବ ଆଣିଥିବା ବନ୍ୟ ପ୍ରାଣୀ କୃଷ୍ଣସାର ମୃଗର ସୁରକ୍ଷା ପାଇଁ ନିଜ ଉଦ୍ୟମରେ ଯେପରି ଉଦ୍ୟମ କରିଥିଲେ ତାହାକୁ ଅଞ୍ଚଳ ଜନସାଧାରଣ ଭୁରି ଭୁରି ପ୍ରଶଂସା କରିଥିଲେ। ଦ୍ଵିତୀୟ ଅର୍କକ୍ଷେତ୍ର ବା କାଷ୍ଠ କୋଣାର୍କ ଭାବେ ପରିଚିତ ଭଞ୍ଜ ରାଜ ବଂଶୀୟ ଦ୍ୱରା ନିର୍ମିତ ଶ୍ରୀ ବିରଞ୍ଚିନାରାୟଣ ମନ୍ଦିରର କାଠର କାରୁକାର୍ଯ୍ୟକୁ ମଧ୍ୟ ବିଶ୍ଵଦରବାରରେ ପହଞ୍ଚାଇବାରେ ଶ୍ରୀ ରଥଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ। ଶ୍ରୀକର ଭଞ୍ଜ , ଉପେନ୍ଦ୍ର ଭଞ୍ଜ ଙ୍କ ନିଖୁଣ ପ୍ରତିମୂର୍ତ୍ତି ନିର୍ମାଣ ସହ ଅଞ୍ଚଳର ଅନେକ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ଓ ତୈଳଚିତ୍ର ଅଙ୍କନ କରି ସୁନାମ ଅର୍ଜନ କରିବାର ବହୁ ନଜିର ରହିଅଛି। ଗତ ଦୀପାବଳୀ ଦିନ ଆମ ଗଞ୍ଜାମ ଜିଲ୍ଲାର ଦକ୍ଷ ପ୍ରଶାସକ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ତାଙ୍କର ପ୍ରିୟ ପିତା ଓ ମାତାଙ୍କ ତୈଳଚିତ୍ର ଅଙ୍କନ କରି ଉପହାର ଦେଇଥିଲେ ଶିଳ୍ପୀ ସ୍ଥିତଧୀ ରଥ। ବାପା ଓ ମାଆଙ୍କ ନିଖୁଣ ଚିତ୍ର ସ୍ଥିତଧୀ ରଥ ଙ୍କ ଠାରୁ ଗ୍ରହଣ କରି ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ବହୁତ ଖୁସି ହୋଇଥିବା ଜଣାପଡୁଛି ଜିଲ୍ଳାପାଳଙ୍କ ପରିବାର ସହ ଶିଳ୍ପୀଙ୍କ ଉଠାଯାଇଥିବା ଫୋଟୋରୁ। ସେହି ଫୋଟରେ ଶିଳ୍ପୀ ଶ୍ରୀ ରଥଙ୍କ ସହ ଜିଲାପାଳଙ୍କ ପରିବାରର ମଧ୍ୟରେ ବାପା ଓ ମାଆ ମଧ୍ୟ ଅଛନ୍ତି। ବାପା ଓ ମାଆଙ୍କ ତୈଳଚିତ୍ର ସୋଫା ଉପରେ ରଖାଯାଇଥିବା ବେଳେ ସେହି ଫୋଟ ଦୁଇଟିକୁ ଧରିଛନ୍ତି ଜିଲ୍ଳାପାଳ ଓ ପଛଭାଗରେ ଛିଡାହୋଇଛନ୍ତି ଜିଲ୍ଲାପାଳଙ୍କ ବାପା ଓ ମାଆ ଏବଂ ପରିବାର। ତୈଳଚିତ୍ର ଓ ଜିଲ୍ଲାପାଲଙ୍କ ବାପା ଓ ମାଆଙ୍କୁ ତୁଳନା କଲେ ଅବିକଳ ତୈଳଚିତ୍ର ଆଙ୍କିଛନ୍ତି ଶିଳ୍ପୀ ସ୍ଥିତଧୀ ରଥ ଏଥିରେ ସନ୍ଦେହ ନାହିଁ। ବାସ୍ତବିକ ସ୍ଥିତଧୀ ବାବୁ ହେଉଛନ୍ତି ଆମ ବୁଗୁଡା ପାଇଁ ଗର୍ବ ଓ ଗୌରବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ