ବୁଗୁଡା ବ୍ଲକର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ତାଲିମ

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌): ବୁଗୁଡା ବ୍ଲକର ସମସ୍ତ ଘରୋଇ ଓ ସରକାରୀ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ.ଶିକ୍ଷୟିତ୍ରୀଙ୍କୁ ଚାରିଗୋଟି ପର୍ଯ୍ୟାୟରେ ” Student Module”of Extended MIS” ତାଲିମ ପ୍ରଦାନ ଦିଆଯାଉଛି।ଏଥିରେ ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ବୃନ୍ଦ ପ୍ରତିଦିନର କାର୍ଯ୍ୟକ୍ରମକୁ ନିଜର ମୋବାଇଲ ରେ ଅପଲୋଡ଼ କରି ବିଇଓ ଏବଂ ଡ଼ିଇଓ ଙ୍କ କାର୍ଯ୍ୟାଳୟକୁ କିପରି ପଠାଇବେ ସେହି ବିଷୟରେ ତାଲିମ ଦିଆଯାଉଅଛି। ଶୁକ୍ରବାର ଦିନ ଦ୍ବିତୀୟ ପର୍ଯ୍ୟାୟରେ ବି କରଡ଼ାବାଡି ଏସ ଏ ବିଦ୍ୟାପୀଠରେ ମାଣିତରା,କରଚୁଲି, ବିରଞ୍ଚିପୁର, ଓ ତାକରଡ଼ା ୪ଟି କ୍ଳଷ୍ଟର ୫୨ ଜଣ ପ୍ରଧାନ ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ତାଲିମ ପ୍ରଦାନ କରାଯାଇଛି।ବିଇଓ ଅଫିସର ଏମଆଇଏସ ଡ଼ି. ଦୁର୍ଗା ପ୍ରସାଦ ଓ ଅନିଲ କୁମାର ପରିଡା ଏହି ଶିବିରରେ ତାଲିମ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମକୁ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ ଉଦଘାଟନ କରିଥିବା ବେଳେ ସିଆରସିସି ସନ୍ତୋଷ କୁମାର ସାହୁ, ଆଶୁତୋଷ ମିଶ୍ର ଓ ପ୍ରଫୁଲ କୁମାର ସାହୁ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ