ବୁଗୁଡା ବ୍ଲକ ବିଭିନ୍ନ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ବୁଗୁଡା,(ଅନିଲ ମହାରଣା): ବୁବୁଡା ବ୍ଲକ ଅନ୍ତର୍ଗତ ସୋରଡ଼, ରାମେଣ୍ଡା ଓ ବେତାରସିଂ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ମଙ୍ଗଳବାର ଦିନ ସୋରଡ଼ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମିଳିତ ବାର୍ଷିକ ଉତ୍ସବରେ ବୁଗୁଡା ବ୍ଲକ ଅଧ୍ୟକ୍ଷା ମାମି ସେନାପତି ପ୍ରଦୀପ ପ୍ରଜ୍ଜଳନ କରି ଉତ୍ସବକୁ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଡ଼ିଓ ତନ୍ମୟ ପାତ୍ର ଓ ମୁଖ୍ୟ ବକ୍ତା ଭାବେ ବୁଗୁଡା ବିଇଓ ରସାନନ୍ଦ କର ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏ କରଡ଼ାବାଡି ସରପଞ୍ଚ ଖଦାଳି ପ୍ରଧାନ, ସମିତି ସଭ୍ୟ ଅଶୋକ କୁମାର ଡ଼ାଙ୍ଗୁଆ,ପଚାଲୁଣ୍ଡି ସରପଞ୍ଚ ବିଜୁଳି ନାୟକ, ଦୁଇ ବିଦ୍ୟାଳୟର ସଭାପତି ଭଞ୍ଜ କିଶୋର ସ୍ଵାଇଁ ଓ ନିରଞ୍ଜନ ମହାରଣା,ପୁର୍ବତନ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଘଡେଇ ପ୍ରମୁଖ ଯୋଗ ଦେଇଥିଲେ।ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ୟୁପି ସ୍କୁଲ ପ୍ରଧାନ ଶିକ୍ଷକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଶେଷରେ ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ବେତାରସିଂ ବିଦ୍ୟାଳୟରେ ସୋମବାର ଦିନ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମକୁ ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଉଦଘାଟନ କରିଥିଲେ। ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ବେହେରା ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଗୋଳାବନ୍ଧ ସରପଞ୍ଚ ବସନ୍ତ କୁମାର ସାମଲ ମୁଖ୍ୟ ଅତିଥି, ଏସଏମସି ସଭାପତି,ପୂର୍ବତନ ସରପଞ୍ଚ ସନାତନ ମହାରଣା, ସିଆରସିସି ରାଜ କିଶୋର ଦାଶ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ରାମଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବକୁ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଉଦଘାଟନ କରିଥିବା ବେଳେ ପ୍ରଧାନ ଶିକ୍ଷକ କାଳୀ ଚରଣ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ। ସରପଞ୍ଚ ବସନ୍ତ କୁମାର ସାମଲ ମୁଖ୍ୟ ଅତିଥି ଓ ସିଆରସିସି ରାଜ କିଶୋର ଦାଶ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ ଅତିଥି ପରିଚୟ ଓ ଶିକ୍ଷୟିତ୍ରୀ ରଶ୍ମିତା କୁମାରୀ ପାଢ଼ୀ ଧନ୍ୟବାଦ ପ୍ରଦାନ କରିଥିଲେ। ସମସ୍ତ ସ୍କୁଲରେ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ ଓ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ