ଡାବୁଗାଁ ବିଧାୟକଙ୍କ ମହନୀୟତା
ନବରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍): ଗର୍ଭବତୀ ମହିଳା ଙ୍କୁ କାନ୍ଧରେ ପାହାଡ଼ ଓ ଜଙ୍ଗଲ ରାସ୍ତାରେ ବୋହି ଆଣି ନିଜ ଗାଡି ରେ ମେଡିକାଲ କୁ ଆଣିଲେ ବିଧାୟକ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ନିଜ ନିଆରା କାର୍ଯ୍ୟ ଶୈଳୀ ଓ ଜନସେବା ପାଇଁ ସର୍ବଦା ଚର୍ଚ୍ଚାର ପରିଧି ମଧ୍ୟରେ ରହୁଥିବା ବେଳେ ବର୍ତ୍ତମାନ ଜଣେ ଗର୍ଭବତୀ ଙ୍କୁ କାନ୍ଧରେ ବୋହି ନିଜ ଗାଡି ରେ ମେଡିକାଲ କୁ ଆଣି ନିଜ ଭୋଟର ଙ୍କ ପ୍ରତି ନେତାଙ୍କ କିଭଳି ଆଚରଣ ରହିବା ଉଚିତ ଓ ନେତା ଙ୍କ ଜନତା ଙ୍କ ପ୍ରତି କର୍ତ୍ତବ୍ୟ ର ଏକ ବଳିଷ୍ଠ ଉଦାହରଣ ଦେଖାଇଛନ୍ତି । ବିଧାୟକ ରନ୍ଧାରୀ ନିଜ ନିର୍ବାଚନ ମଣ୍ଡଳୀ ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଉପାନ୍ତ ଜଙ୍ଗଲ ଓ ପାହାଡ ଘେରା ମଇଦଲପୁର ପଂଚାୟତ ର କୁସୁମଖୁଣ୍ଟା ଗ୍ରାମ କୁ ଲୋକଙ୍କ ସମସ୍ୟା ବୁଝିବାକୁ ଯାଇଥିଲେ । ସେହି ସମୟରେ ଗ୍ରାମର ମନ ବେହେରା ଙ୍କ ସ୍ତ୍ରୀ ଜେମା ବେହେରା ଙ୍କ ଗର୍ଭ ଜନିତ ଯନ୍ତ୍ରଣାରେ ଛଟପଟ ହେଇ ଭାରରେ ବୁହା ହୋଇ ଆସୁଥିଲେ l ପାହାଡିଆ ରାସ୍ତା ଖରାପ ଥିବାରୁ ବାଧ୍ୟ ହୋଇ ଆମ୍ବୁଲାନ୍ସ ଆସିବା ଅସମ୍ଭବ ହୋଇପଡିଥିଲା । ଗର୍ଭ ଜନିତ ଯନ୍ତ୍ରଣା ରେ ଛଟପଟ ହେଉଥିବା ଜେମା ଙ୍କୁ ମେଡିକାଲ ନେବା ଅପରିହାର୍ଯ୍ୟ ହୋଇପଡିଥିଲା । ଗ୍ରାମକୁ ଯାଉଥିବା ବିଧାୟକ ଏହା ଦେଖିଲା ପରେ ସଙ୍ଗେ ସଙ୍ଗେ କାଳ ବିଳମ୍ବ ନ କରି ଅନ୍ୟ ମାନଙ୍କ ସହ ମିଶି ନିଜେ କାନ୍ଧ ରେ ପାହାଡିଆ ଓ ଜଙ୍ଗଲ ରାସ୍ତାରେ ପ୍ରାୟ ୬ କିଲୋମିଟର ରାସ୍ତାରେ ବୋହି ନିଜ ଗାଡି ପାଖକୁ ଆଣିଥିଲେ । ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ଆମ୍ବୁଲାନ୍ସ କୁ ଅପେକ୍ଷା ନ କରି ନିଜ ଗାଡ଼ିରେ ପାପଡାହାଣ୍ଡି ମେଡିକାଲ କୁ ଆଣି ଥିଲେ । ଏବଂ ଜେମା ଙ୍କ ଚିକିତ୍ସା କରାଇଥିଲେ । ବର୍ତମାନ ଜେମା ର ଚିକିତ୍ସା ଚାଲିଛି l ଏହିପରି ଅଞ୍ଚଳ ର ଲୋକ ଙ୍କ ଭୋଟ ହାତେଇବା ପାଇଁ ନିର୍ବାଚନ ବେଳେ ନେତାଙ୍କ ଭିଡ଼ ଜମେ ଏବଂ ଗ୍ରାମର ସମସ୍ୟା ସମାଧାନ ପାଇଁ ପ୍ରତିଶୃତି ଅଜାଡି ଦିଅନ୍ତି କିନ୍ତୁ ନିର୍ବାଚନ ବୈତରଣୀ ପାର ହେବାପରେ ସବୁ ପ୍ରତିଶୃତି ଭୁଲି ଯାନ୍ତି କିନ୍ତୁ ବିଧାୟକ ରନ୍ଧାରୀ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱ ବଧତା କୁ ଭୁଲି ନ ଥିଲେ ଏବଂ ସେ ନିଜେ ଜନତା ଙ୍କ ସେବା କରିବାକୁ ଆଗେଇ ଆସିଥିଲେ l


