ବୁଗୁଡା ବ୍ଲକ +୨ପରୀକ୍ଷା ପାଇଁ ୪ ଟି କେନ୍ଦ୍ର
ବୁଗୁଡା:(ଅନିଲ କୁମାର ମହାରଣା)ମାର୍ଚ୍ଚ ୩ ତାରିଖରେ ହେଉଥିବା ଯୁକ୍ତ ଦୁଇ ପରୀକ୍ଷା ପାଇଁ ବୁଗୁଡା ବ୍ଲକର ୪ଟି ପରୀକ୍ଷା କେନ୍ଦ୍ରରେ କଳା ବିଭାଗରେ ୧୩୪୭ ଜଣ , ବିଜ୍ଞାନ ବିଭାଗର ୩୦୩ ଜଣ ଓ ଧନ୍ଦାମୂଳକ ବିଭାଗରେ ୨୭ ଜଣ ପରୀକ୍ଷା ଦେବେ। ବୁଗୁଡା ପିପୁଲସ କଲେଜ ହବ ସେଣ୍ଟର ହୋଇଥିବା ବେଳେ ୪ ଟି ପରୀକ୍ଷା କେନ୍ଦ୍ର ହେଲା ବୁବୁଡା ପିପୁଲସ କଲେଜ, ବାଲିପଦର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବୁଗୁଡା ଶ୍ରୀ ବଳଦେବ ଜୀଉ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ। ବୁଗୁଡା ପିପୁଲସ କଲେଜ ସହ ହାତୀଓଟ ଗଙ୍ଗାଧର ସାହୁ ଜୁନିୟର କଲେଜ,ବାଲିପଦରର ଅହଲ୍ୟା ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବାଲୁଙ୍କେଶ୍ୱର ବିଜ୍ଞାନ ଜୁନିୟର କଲେଜ ଟ୍ୟାଗ ହୋଇ କଳା ବିଭାଗରେ ୬୦୩ ଜଣ, ବିଜ୍ଞାନ ବିଭାଗରେ ୧୭୬ ଜଣ ଓ ଧନ୍ଦାମୂଳକ ବିଭାଗରେ ୨୭ ଜଣ ପିପୁଲସ କଲେଜ କେନ୍ଦ୍ରରେ ପରୀକ୍ଷା ଦେବେ। ସେହିପରି ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦ୍ରରେ କଳା ବିଭାଗରେ ୨୦୯ ଜଣ ଓ ବିଜ୍ଞାନ ବିଭାଗରେ ୫୭ ଜଣ ପରୀକ୍ଷାର୍ଥୀ ଥିବା ବେଳେ ବାଲିପଦର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦ୍ରରେ କଳା ବିଭାଗରେ ୩୧୫ ଜଣ ଓ ବିଜ୍ଞାନ ବିଭାଗରେ ୭୦ ଜଣ ପରୀକ୍ଷାର୍ଥୀ ଏବଂ ବୁଗୁଡା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କେବଳ କଳା ବିଭାଗରେ ୨୨୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।