ବୁଗୁଡା ସହରରେ ଦଶ ପ୍ରତିଶତରୁ କମ୍ ସ୍ୱାବ ଟେଷ୍ଟ
ବୁଗୁଡା,(ଅନିଲ କୁମାର ମହାରଣା): ବର୍ଷା ସାଜିଛି ବାଧକ। ବୁଗୁଡା ସହରରେ କରୋନା ପାଇଁ ହେଉଥିବା ସ୍ୱାବ ପରୀକ୍ଷା ଦଶ ପ୍ରତିଶତରେ ମଧ୍ୟ ପହଞ୍ଚି ପାରିନଥିବା ଜଣାପଡିଛି। ଗତ ଜନଗଣନା ଅନୁସାରେ ବୁଗୁଡା ସହରର ମୋଟ ଜନସଂଖ୍ୟା ହେଉଛି ୧୫,୧୭୬ ଜଣ। ଆଜିସୁଧା ସହରରେ ସ୍ୱାବ ପରୀକ୍ଷା ହୋଇଛି ମାତ୍ର ୧୫୦୨ ଜଣ। ଯାହାକି ପ୍ରାୟ ୯.୯୦ ପ୍ରତିଶତ ଅଟେ। ସ୍ୱାବ ଟେଷ୍ଟ ହୋଇଥିବା ୧୫୦୨ ଜଣ ମଧ୍ୟରୁ ପଜିଟିଭ ଚିହ୍ନଟ ହୋଇଛନ୍ତି ୨୧୦ ଜଣ। ଏମାନଙ୍କ ମଧ୍ୟରୁ ୧୯୨ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୫ ଜଣ ମୃତ୍ୟୁ ବରଣ କରିଛନ୍ତି। ବର୍ତ୍ତମାନ ୧୩ ଜଣ ନିଜ ଘରେ ସଙ୍ଗରୋଧରେ ରହିଛନ୍ତି। ଆହୁରି ୯୦ ପ୍ରତିଶତରୁ ଅଧିକ ବ୍ୟକ୍ତିଙ୍କ ପରୀକ୍ଷା ହେଲେ ଆହୁରି ଅଧିକ ସଂଖ୍ୟାରେ ପଜିଟିଭ ଚିହ୍ନଟ ହୋଇପାରନ୍ତି । ବୁଗୁଡା କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ଓ କର୍ମଚାରୀ ବୃନ୍ଦ ସହରରେ ଘରକୁ ଘର ବୁଲି କରୋନା ପାଇଁ ସଚେତନତା କରି ସ୍ୱାବ ଟେଷ୍ଟ ପାଇଁ ଅନୁରୋଧ କଲେ ମଧ୍ୟ ବର୍ଷା ଯୋଗୁଁ ସ୍ୱାବ ଟେଷ୍ଟ କେନ୍ଦ୍ରକୁ ଜନସାଧାରଣ ଯିବାକୁ ନାରାଜ। ଯାହା ଫଳରେ ସ୍ୱାବ ଟେଷ୍ଟ ହୋଇ ପାରୁନଥିବା ଏନଏସି ଇଓ ଶ୍ରୀ ଦାଶ ପ୍ରକାଶ କରିଛନ୍ତି।