ବିଧାୟକଙ୍କ ଦ୍ୱାରା କୁସୁମି ସେତୁ ଉଦଘାଟିତ

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ସହର ଦେଇ ଯାଇଥିବା ବାଲିପଦର – କରସିଙ୍ଗି ୩୩ ନଂ ରାଜ୍ୟ ରାଜପଥ ର ୧୧/୧୦୦ କିମିରେ ପୂର୍ତ୍ତବିଭାଗ ଦ୍ୱାରା ନିର୍ମିତ ପ୍ରଶସ୍ତି କରଣ କୁସୁମି ସେତୁକୁ ବୁଧବାର ଦିନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଉଦଘାଟନ କରିଛନ୍ତି। ଏହି ଉଦଘାଟନି କାର୍ଯ୍ୟକ୍ରମରେ ପୂର୍ତ୍ତବିଭାଗୀୟ ଅଧିକାରୀ ଭଞ୍ଜନଗରର ନିର୍ବାହୀ ଯନ୍ତ୍ରୀ ଇଂ ରମେଶ ପ୍ରସାଦ ସ୍ଵାଇଁ, କବିସୂର୍ଯ୍ୟନଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ସତ୍ୟନାରାୟଣ ମୁଦୁଲି ଓ ବୁଗୁଡା ସହକାରୀ ଯନ୍ତ୍ରୀ ଇଂ ରମେଶ ଚନ୍ଦ୍ର ଚୌଧୁରୀ ଙ୍କ ସମେତ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ବରୁଣ ସେନାପତି, ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ନଗର ବିଜେଡି ସଭାପତି ରାଜେନ୍ଦ୍ର କୁମାର ପାଢୀ ପ୍ରମୁଖ ବହୁ ବ୍ୟକ୍ତି ଯୋଗଦେଇଥିଲେ। ଏହାପରେ ବିଧାୟକ ଶ୍ରୀ ସାହୁ ବୁଗୁଡା ଏନଏସି ଅନ୍ତର୍ଗତ ଷୋହଳ ମଇଲ ଠାରେ ନୂତନ ଭାବେ ପ୍ରତିଷ୍ଠିତ ଶୁଭମ ଟିଭିଏସ ସୋରୁମକୁ ମଧ୍ୟ ଉଦଘାଟନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ