ବୁଡ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ପବିତ୍ର କାର୍ତ୍ତିକ ପୁର୍ଣ୍ଣିମା ଅବସରରେ ଆଜି ହଜାର ହଜାର ଶ୍ରଦ୍ଧାଳୁ ବୈତରଣୀ ଓ ସାଳନ୍ଦୀ ନଦୀ ସମେତ ବିଭିନ୍ନ ପୁଷ୍କରଣୀରେ ବୁଡ ପକାଇଛନ୍ତି । ଆଜି ହାଟଡିହି ବ୍ଲକ ହାବଳେଶ୍ୱର ବୈତରଣୀ ନଦୀଘାଟରେ ହଜାର ହଜାର ଶ୍ରଦ୍ଧାଳୁ ବୁଡପକାଇ ଡଙ୍ଗା ଭଷାଇଛନ୍ତି । ଏଥିପାଇଁ ଭଦ୍ରକ, ଯାଜପୁର ଓ କେଉଁଝର ଜିଲ୍ଳାରୁ ଶ୍ରଦ୍ଧାଳୁମାନେ ଆସି ଗତକାଲି ରାତିରୁ ହାବଳେଶ୍ୱର ଗ୍ରାମରେ ଭିଡ ଜମାଇ ଥିବାବେଳେ ଆଜି ଭୋର ସମୟରୁ ବୈତରଣୀରେ ବୁଡପକାଇ ଡଙ୍ଗା ଭଷାଇଥିଲେ । ପରେ ବୈତରଣୀ ନଦୀକୁଳରେ ଥିବା ପ୍ରାଚୀନ ଶୈବପୀଠରେ ପୂଜାର୍ଚ୍ଚନା କରିଥିଲେ । ପ୍ରବଳ ଭିଡକୁ ଲକ୍ଷରଖି ନନ୍ଦିପଦା ପୋଲିସ ଓ ଗ୍ରାମବାସୀଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଶ୍ରଦ୍ଧାଳୁମାନେ କିପରି ସୁରକ୍ଷିତ ଭାବେ ନଦୀରେ ବୁଡପକାଇ ଡଙ୍ଗା ଭଷାଇବେ ସେଥିପାଇଁ ବ୍ୟବସ୍ଥା କରାଯାଇଥିବାବେଳେ ମନ୍ଦିରରେ ବ୍ୟାରିକେଡ କରାଯାଇ ଭକ୍ତମାନଙ୍କୁ ଧାଡିରେ ଛଡାଯାଇଥିଲା । ପ୍ରସନ୍ନ ମହାନ୍ତି, ନିଳମଣୀ ବ୍ରହ୍ମ, ଗଦାଧର ସିଂ, ସୁଦର୍ଶନ ସାହୁ, କିର୍ତ୍ତନ ବ୍ରହ୍ମ, ପଦ୍ମନାଭ ମହାନ୍ତି, ସୁଜିତ ମହାନ୍ତି, ସନ୍ତୋଷ ସାହୁ, ବିନୋଦ ନାୟକ, ତୁସାର ମହାପାତ୍ର, ପ୍ରକାଶ ସାହୁ, ସୁନିଲ ଦାସ, କାମନେବ ମହାନ୍ତି, କେଦାର ମହାନ୍ତି, ଜିକୁଞ୍ଜ ଓଝା, ଅଜୟ ବ୍ରହ୍ମ, ରତିରଞ୍ଜନ ବ୍ରହ୍ମ, ରାଜକିଶୋର ବ୍ରହ୍ମ, ସୁବ୍ରତ ଦାସ, ବିନୋଦ ମହାଳିକ, ଅସିତ ମହାନ୍ତି, ତରଣୀସେନ ବ୍ରହ୍ମ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ମୁଗୁପୁର, ସମଣା, ବଞ୍ଚୋ ପ୍ରଭୃତି ବୈତରଣୀ ଘାଟରେ ହଜାର ହଜାର ଶ୍ରଦ୍ଧାଳୁ ବୁଡପକାଇ ଡଙ୍ଗା ଭଷାଇଥିଲେ । ସେହିପରି ହଦଗଡ, ବାଲିବରେଇ, ସୋସୋ ପ୍ରଭୃତି ସ୍ଥାନ ମାନଙ୍କରେ ସାଳନ୍ଦୀ ନଦୀରେ ହଜାର ହଜାର ଶ୍ରଦ୍ଧାଳୁ ବୁଡ ପକାଇଛନ୍ତି । ପ୍ରାୟ ସମସ୍ତ ଗ୍ରାମରେ ଥିବା ପୁଷ୍କରଣୀ ମାନଙ୍କରେ ଆଜି ଡଙ୍ଗାଭଷା ଯାଇଥିବାବେଳେ ସମସ୍ତ ଶୈବପୀଠ ମାନଙ୍କରେ ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା । ବସନ୍ତିଆ ଗ୍ରାମ ପୁଷ୍କରଣୀକୁ ସୁସଜିତ କରାଯାଇ ବୋଇତ ବନ୍ଦାଣ କରାଯାଇଥିବାବେଳେ ରାଧାକୃଷ୍ଣଙ୍କ ପୂଜା କରାଯାଉଛି । ଏଠାରେ ୭ଦିନ ଧରି ପୂଜାମହୋତ୍ସବ ଚାଲିବାକୁ ଥିବାବେଳେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ଅନେକ ଦୋକାନ ବଜାର ଖୋଲିଥିବାରୁ ପ୍ରବଳ ଗହଳି ଲାଗିରହିଛି । ସେହିପରି ହାଟଡିହି ତହସିଲ ପୋଖରୀ ନିକଟରେ ରାଧାକୃଷ୍ଣଙ୍କ ପୂଜାର୍ଚ୍ଚନା କରାଯାଉଥିବାବେଳେ ବୋଇତ ନିର୍ମାଣ କରାଯାଇ ଭଷାଣ କରାଯାଇଛି । ପୋଖରୀ ଚାରିପଟକୁ ରଙ୍ଗୀନ ଆଲୋକମାଳାରେ ସୁସଜିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ