ବୁଢାକେନ୍ଦୁ ମନ୍ଦିର ସଫେଇ
ଗାଙ୍ଗପୁର , (ଯୁଗାବ୍ଦ ନ୍ୟୁଜ) : କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ବୁଢାକେନ୍ଦୁ ଯାତ୍ରାରେ ସଂଖ୍ୟାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ଯାହାଦ୍ୱାରା ମନ୍ଦିର ପରିସର କୁଢ କୁଢ ଅଳିଆରେ ଭର୍ତ୍ତି ହୋଇଯାଇଥିଲା । କ୍ଷତ୍ରୀୟବୀରବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ କ୍ରସ , ସ୍କାଉଟ ଏବଂ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀମାନେ ସଫେଇ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଯୁବ ରେଡ କ୍ରସ ସଂଜୋଯକ ବି. ଗୋବିନ୍ଦ ରାଓ , ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ମହାନ୍ତି , ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରିଣୀ ପିଙ୍କି ପଲାଇ , ଡଃ. ପ୍ରଦୀପ କୁମାର ତ୍ରିପାଠୀ , ବିଷ୍ଣୁ ପ୍ରସାଦ ପଟ୍ଟନାୟକ , ସୁଶାନ୍ତ କୁମାର ଲେଙ୍କା , ରମେଶ ଚନ୍ଦ୍ର ରାଉତ , ପଦ୍ମ ଚରଣ ନାୟକ , ରମେଶ ରାଉତ ପ୍ରମୁଖ ପରିଚାଳନା କରିଥିଲେ । ମନ୍ଦିର ତରଫରୁ ସଭାପତି ସଂଜୟ ପ୍ରଧାନ , ସଂପାଦକ ଦେବୀ ପ୍ରସାଦ ତ୍ରିପାଠୀ ପ୍ରମୁଖ ସହେଯାଗ କରିଥିଲେ ।