ପୁଣି ହଇଚଇ ସୃଷ୍ଟି କଲା ନୋରା ଫତେହୀଙ୍କ ଡ୍ୟାନ୍ସ ଭିଡିଓ

ବଲିଉଡ୍‌ରେ ନିଜ ଡ୍ୟାନ୍ସ ଅନ୍ଦାଜରେ ଦର୍ଶକଙ୍କୁ ବାୟା କରୁଥିବା ନୋରା ଫତେହି ପୁଣି ହଇଚଇ ସୃଷ୍ଟି କରିଛନ୍ତି । ତାଙ୍କର ଏକ ଡ୍ୟାନ୍ସ ଭିଡିଓ ପୁଣିଥରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନୋରା ଏହି ଭିଡିଓରେ ବେଲି ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଭିଡିଓକୁ ଇନ୍‌ଷ୍ଟାଗ୍ରାମରେ ତାଙ୍କ ଫ୍ୟାନ୍ ପେଜ୍‌ରେ ଶେୟାର କରାଯାଇଛି । ନୋରାଙ୍କ ଏହି ଭିଡିଓକୁ ହଜାର ହଜାର ଭ୍ୟୁ ମିଳିସାରିଛି । କିଛିଦିନ ପୂର୍ବରୁ ଏହାକୁ ପୋଷ୍ଟ କରାଯାଇଥିଲା । ନୋରାଙ୍କ ଏହି ଡ୍ୟାନ୍ସ ଭିଡିଓକୁ ଢେର୍ ଦର୍ଶକ ଦେଖୁଛନ୍ତି । ବେଲି ଡ୍ୟାନ୍ସ ପାଇଁ ଜଣାଶୁଣା ନୋରା ନିଜ ଷ୍ଟାଇଲରେ ଯାଦୁ ଦେଖାଇଛନ୍ତି । ଏମିତିରେ ତାଙ୍କ ଭିଡିଓ ଆସିବା କ୍ଷଣି ସୋସିଆଲ ମିଡିଆରେ ପୂରା ଛାଇଯାଇଥାଏ । ଏଥର ମଧ୍ୟ ଠିକ୍ ସେଇଆ ହୋଇଛି । ଭିଡିଓରେ ଦେଖିବାକୁ ମିଳୁଛି, ନୋରାଙ୍କ ଡ୍ୟାନ୍ସ ପରଫର୍ମାନ୍ସ ଦେଖିବା ଲାଗି ଲକ୍ଷ ଲକ୍ଷ ଦର୍ଶକ ଭିଡ଼ ଜମାଇଛନ୍ତି । ଲୋକେ ତାଙ୍କ ଝଲକ ପାଇବାକୁ ଉତ୍ସୁକ ହୋଇଯାଉଛନ୍ତି । କହି ରଖିଛୁ, ନାରା ନିଜ ଡ୍ୟାନ୍ସ ପାଇଁ ଏବେ ଡିମାଣ୍ଡରେ ଅଛନ୍ତି । ସେ ବାହୁବଲୀ, ସତ୍ୟମେବ ଜୟତେ ଏବଂ ଦିଲବର ଗୀତରେ ଖୁବ୍ ଚର୍ଚ୍ଚା ସାଉଁଟିଛନ୍ତି । ନୋରା ବିଗ୍ ବସ୍‌ରେ ମଧ୍ୟ ଆସିସାରିଛନ୍ତି । ସେ ନିକଟରେ ଫିଲ୍ମ “ଭାରତ’ରେ ନଜର ଆସିଥିଲେ । ଆଗକୁ ନାରା ବରୁଣ ଧୱନ୍‌, ଶ୍ରଦ୍ଧା କପୁରଙ୍କ ଡ୍ୟାନ୍ସ ବେସ୍‌ଡ୍ ଫିଲ୍ମ “ଷ୍ଟ୍ରିଟ୍ ଡ୍ୟାନ୍ସର’ରେ ନଜର ଆସିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ