ବୁଦ୍ଧଖୋଲ ଉନ୍ନୟନ ସମିତି ବୈଠକ ଓ ବଜାର ଗୃହ ଉଦଘାଟନ

ବୁଗୁଡ଼ା,(ଅନିଲ କୁମାର ମହାରଣା):ବୁଦ୍ଧଖୋଲ ଉନ୍ନୟନ ସମିତି ପକ୍ଷରୁ ୨୦୨୪ ବୁଦ୍ଧଖୋଲ ମହୋତ୍ସବ ବିଷୟ ନେଇ ବୈଠକ ଅନୁଷ୍ଠିତ ହେବା ସହ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଦ୍ୱାରା ନୂତନ ବଜାର ଗୃହ ଉଦଘାଟନ ହୋଇଯାଇଛି। ୨୦୨୪ ଜାନୁୟାରୀ ମାସ ୧୨, ୧୩ ଓ ୧୪ ତାରିଖ ୩ ଦିନ ବ୍ଯାପି ବୁଦ୍ଧଖୋଲ ମହୋତ୍ସବ ଆୟୋଜିତ ହେବ ବୋଲି ପ୍ରସ୍ତାବ ଗୃହୀତ ହୋଇଛି । ପୂର୍ବରୁ କ୍ରମାଗତ ଭାବେ ବୁଦ୍ଧଖୋଲ ପାଦଦେଶସ୍ଥ ପଡିଆରେ ମହୋତ୍ସବ ଆୟୋଜିତ ହୋଇଆସୁଥିବା ବେଳେ ଚଳିତ ବର୍ଷ ବୁଗୁଡା ପିପୁଲ୍ସ ହାଇ ସ୍କୁଲ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଅଛି। ବୁଦ୍ଧଖୋଲ ଉନ୍ନୟନ ସମିତି ସଭାପତି ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ପୌରହିତ୍ଯରେ ଅନୁଷ୍ଠିତ ସାଧାରଣ ବୈଠକ ଅବସରରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସର୍ବସମ୍ମତି କ୍ରମେ ଗ୍ରହଣ ହୋଇଅଛି । ଏହି ଅବସରରେ ବୁଦ୍ଧଖୋଲ ପରିସରରେ ନୂତନ ବଜାର ଗୃହକୁ ମାନ୍ୟବର ବିଧାୟକ ଶ୍ରୀ ସାହୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୁଦ୍ଧଖୋଲ ଉନ୍ନୟନ ସମିତିର କାର୍ଯ୍ୟକାରୀ ସଭାପତି ଧରଣୀଧର ପଣ୍ଡା , ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ , କାର୍ଯ୍ୟକାରୀ ସମ୍ପାଦକ ମନୋଜ କୁମାର ମହାନ୍ତି, ବୁଗୁଡ଼ା ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ, ଉପଦେଷ୍ଟା ମଦନଗୋପାଳ ଦୋରା ଓ କବିରାଜ ଗୌଡ, କୋଷାଧ୍ୟକ୍ଷ କେ ତ୍ରିଲୋଚନ ଦୋରା, ବସନ୍ତ ଦଳେଇ, ସୁଧାଂଶୁ ଶେଖର ପାଢ଼ୀ, ମନୋରଞ୍ଜନ ଦାସ, ରାମଚନ୍ଦ୍ର ନାୟକ, ହରପ୍ରସାଦ ମହାପାତ୍ରଙ୍କ ସମେତ ବୁଦ୍ଧଖୋଲ ଉନ୍ନୟନ ସମିତିର ଅନ୍ୟାନ୍ୟ କର୍ମକର୍ତ୍ତା ଏବଂ ସଦସ୍ୟଗଣ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ