ଗଜ ସାଥି ଓ ସାପ ଧରାଳି ଙ୍କୁ ନେଇ ପ୍ରଶିକ୍ଷଣ ଶିବିର

ବୁଗୁଡ଼ା, (ଅନିଲ କୁମାର ମହାରଣା):ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ମାଣିତରା ସେକ୍ସନ ଚାଞ୍ଚରାପଲ୍ଲୀ ବନ ସୁରକ୍ଷା ସମିତି ଠାରେ ଆଜି ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଦକ୍ଷିଣ ଘୁମୁସର ବନଖଣ୍ଡ, ଭଞ୍ଜନଗର ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମ ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ନେତୃତ୍ବରେ ଆରମ୍ଭ ହୋଇଥିଲା। ଆସିଥିବା ଅତିଥି ମାନେ ଗତ ଦିନରେ ପୋଲସରା ଅଞ୍ଚଳର ଜଣେ ସାପ ଧରାଳିଙ୍କ ସହଯୋଗରେ କବିସୂର୍ଯ୍ୟନଗର ଅଞ୍ଚଳର ଜଣେ ଦୁବୃର୍ତ୍ତ ଙ୍କ ସ୍ତ୍ରୀ ଓ ଶିଶୁର ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଥିଲେ। ସାପ ଧରାଳିମାନେ ଏଥିରୁ ନିବୃତ ରହିବା ପାଇଁ ସାପ ଅତିଥି ବୃନ୍ଦ ପରାମର୍ଶ ଦେଇଥିଲେ। ଏଥିସହ ବନ ସୁରକ୍ଷାକୁ ନେଇ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଶିବିରକୁ ଆସିଥିବା ଗଜ ସାଥି ଓ ସାପ ଧରାଳି ମାନଙ୍କୁ ପ୍ରଶିକ୍ଷକଙ୍କ ଦ୍ବାରା ପ୍ରଶିକ୍ଷଣ ଦିଆଯାଇଥିଲା। ବନ୍ୟପ୍ରାଣୀଙ୍କ ଦ୍ବାରା ହେଉଥିବା କ୍ଷୟ କ୍ଷତିର ଆର୍ଥିକ ସହାୟତା ବିଷୟରେ ଉପସ୍ଥିତ ଜନସାଧାରଣ ଙ୍କୁ ଅବଗତ କରାଯାଇଥିଲେ। ମୁଖ୍ୟ ଅତିଥି ରୂପେ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ କୁମାର ଆଚାର୍ଯ୍ୟ, ସମ୍ମାନିତ ଅତିଥି ରୂପେ ପୋଲସରା ଏସିଏଫ ସଚିନ୍ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, କୃତିବାସ ବିଶ୍ବାଳ, ଅନୁପମ ବାନାର୍ଜୀ, ଅଶୋକ ସାହୁ, ସରପଞ୍ଚ ପ୍ରତିନିଧି ଧୃବ ଚନ୍ଦ୍ର ବେହେରା, ସମିତି ସଭ୍ଯ ଭଗବାନ ଆଲଟିଆ ଯୋଗଦେଇଥିଲେ। ଜଗାବଳିଆ ଦାସ କାଠିଆ ମାଧ୍ଯମରେ ସାଂସ୍କୃତିକ କାର୍ଯ୍ୟ ପରିବେଷଣ କରାଯାଇ ସଚେତନତା ବାର୍ତ୍ତା ଦିଆଯାଇଥିଲା। ସମାଜସେବୀ ତଥା ତେଜେସ୍ବିନୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମୁଖ୍ୟ ଉପଦେଷ୍ଟା ଶୁଳପାଣି ଶତପଥି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ବନ ସୁରକ୍ଷା ସମିତିର ସମସ୍ତ ସଦସ୍ୟ, ଗଜସାଥି, ସାପ ଧରାଳି ଓ ଗ୍ରାମବାସୀ ବୃନ୍ଦ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ