ବୁଦ୍ଧଖୋଲ ମହୋତ୍ସବ ଉଦଘାଟିତ,ଦର୍ଶକଙ୍କ ମନ ମୋହିଲା ପ୍ରଥମ ଦିନର ସାଂସ୍କୃତିକ କାର୍ଯ୍ୟକ୍ରମ

ବୁଗୁଡା, (ଅନିଲ କୁମାର ମହାରଣା):ପ୍ରସିଦ୍ଧ ପଞ୍ଚ ମହାଦେବ ଶୈବପୀଠ ତଥା ପର୍ଯ୍ୟଟନ ସ୍ଥଳୀ ବୁଦ୍ଧଖୋଲ ପାଦଦେଶରେ ଜାନୁଆରୀ ୧୨ ତାରିଖ ଦିନ “ବୁଦ୍ଧଖୋଲ ମହୋତ୍ସବ” ଉଦଘାଟିତ ହୋଇଯାଇଛି। ବୁଦ୍ଧଖୋଲ ଉନ୍ନୟନ ସମିତି ସଭାପତି ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୁଦ୍ଧଖୋଲ ମହୋତ୍ସବକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା ଏବଂ ସମ୍ମାନିତ ଅତିଥି ଭାବେ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ , ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ , ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ , ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଓ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବୁଗୁଡା ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ ଓ ଉପାଧ୍ୟକ୍ଷା ଗିତାଞ୍ଜଳୀ ପାଢୀ, ଜିଲ୍ଲା ପରିଷଦ ମେମ୍ବର ସମିତା ସ୍ୱାଇଁ, ଗଙ୍ଗାପାଣି ଜେନା ଓ ଚାନ୍ଦିନୀ ନାୟକ, ବିରଞ୍ଚିପୁର ସରପଞ୍ଚ ମନ୍ଦାକିନୀ ସେଠୀ ଓ ସମିତି ସଭ୍ୟା ଅଳକା ନନ୍ଦ ଯୋଗ ଦେଇଥିଲେ। ଅତିଥି ବୃନ୍ଦ ଐତିହାସିକ ଶୈବପୀଠ ଓ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ବୁଦ୍ଧଖୋଲ ଅଗଣିତ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଦଶମ ଓ +୨ ର ବ୍ଲକ୍ ଟପ୍ପରଙ୍କ ସମେତ ୫ମ ଶ୍ରେଣୀ ବୃତ୍ତି ପରୀକ୍ଷା-୨୦୨୩ର କୃତି ମେଧାବୀଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । ମହୋତ୍ସବର ପ୍ରଥମ ଦିବସରେ ଶାଶ୍ବତ ତ୍ରିପାଠୀଙ୍କ ସଙ୍ଗୀତ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଆଞ୍ଚଳିକ କଳାକାର ଗ୍ରୁପର ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ବିମୋହିତ କରିଥିଲା। ମହୋତ୍ସବର ପ୍ରାରମ୍ଭରେ ବୁଦ୍ଧଖୋଲ ଉନ୍ନୟନ ସମିତି ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ କାର୍ଯକାରୀ ସଭାପତି ଧରଣୀଧର ପଣ୍ଡା ଓ କୋଷାଧ୍ୟକ୍ଷ କେ.ତ୍ରିଲୋଚନ ଦୋରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ସହ-ସମ୍ପାଦକ ଗଙ୍ଗାଧର ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ