ବୁଦ୍ଧେଶ୍ୱର ମନ୍ଦିରରୁ ହୁଣ୍ଡି ଭାଙ୍ଗିଚୋରି କରି ନେଲେ ଦୁର୍ବୃତ୍ତ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ବୁଦ୍ଧେଶ୍ୱର ମନ୍ଦିରରୁ ଚୋରି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ସାନଖେମୁଣ୍ଡି ବ୍ଲକ ଚୁଡ଼ଙ୍ଗପୁର ପଞ୍ଚାୟତ ର ରତ୍ନମାଳାପୁର ଗ୍ରାମ ସ୍ଥିତ ରହିଥିବା ବୁଦ୍ଧେଶ୍ୱର ଶିବ ମନ୍ଦିରରୁ ବୁଧବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ କଳାକାନା ବୁଲାଇ ଲୁଟିଥିବା ଦେଖିବାକୁ ମିଳୁଛି। ଗୁରୁବାର ଭୋରୁ ମନ୍ଦିରର ପୂଜାରୀ ମନ୍ଦିରକୁ ପୂଜା କରିବା ପାଇଁ ପ୍ରାତଃ ୪ ଟା ସମୟରେ ଆସିଥିଲେ ।ପ୍ରଥମେ ଗମ୍ଭୀରା ଭିତରକୁ ଯିବା ପୂର୍ବରୁ ମନ୍ଦିରର ମୁଖ୍ୟ ଫାଟକରେ ଖୋଲାଥିବା ସେ ଦେଖିଥିଲେ। ଏହାପରେ ସେ ଗମ୍ଭୀରା ଭିତରକୁ ଯିବାପରେ ଗେଟ୍ ନିକଟରେ ଥିବା ଦାନ ହୁଣ୍ଡି ଓ ମନ୍ଦିର ଭିତରେ ଥିବା ଦୁଇଟି ଦାନ ବାକ୍ସ ଖୋଲା ହୋଇଥିବା ଦେଖିବାକୁ ପାଇଥିଲେ। ଏନେଇ ପୂଜକ ମନ୍ଦିର କମିଟି କୁ ଖବର ଦେଇଥିଲେ । ମନ୍ଦିର ପରିଚାଳନା କମିଟି ଓ ଗ୍ରାମବାସି ପହଞ୍ଚି ଖୋଜା ଖୋଜି କରିଥିଲେ । ମନ୍ଦିର ଠାରୁ କିଛି ଦୂର ରେ ଏକ ଦାନ ହୁଣ୍ଡି ଭାଙ୍ଗି କରି ସେଥିରୁ ୩୦ ହଜାର ଟଙ୍କା ନେଇ ବାହାରକୁ ଫୋପାଡ଼ି ଦେଇଥିବା ଦେଖିବାକୁ ପାଇଥିଲେ l ମନ୍ଦିର କମିଟିର ସଦସ୍ୟ ପାଟପୁର ପୋଲିସକୁ ଖବର ଦେଇଥିଲେ। ମନ୍ଦିରରେପାଟପୁର ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଏନେଇ ମନ୍ଦିର ସଭାପତି ବସନ୍ତ କୁମାର ପାଢ଼ୀ ପାଟପୁର ଥାନା ରେ ଏତଲା ଦେଇଥିବା ବେଳେ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ।


