ବୃକ୍ଷରୋପଣ ଏକ ଜନଆନ୍ଦୋଳନ ହେବା ଉଚିତ
ବ୍ର୍ରହ୍ମପୁର , ( ଯୁଗାବ୍ଦ ନ୍ୟୁଜ) ବନମହୋତ୍ସବ ସପ୍ତାହ ଉଦଯାପନୀ ଦିବସରେ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ଦ୍ବାରା ସିଦ୍ଧାର୍ଥ ନଗର-ଭାବିନିପୁର ରାସ୍ତାର ଲକ୍ଷ୍ମିନୃସିଂହ ନଗର ଠାରେ ବର, ବାଦାମ, ଓଉ ପ୍ରଭୃତି ଚାରା ରୋପଣ କରାଯାଇଥିଲା। ବରିଷ୍ଠ ଓକିଲ ଶ୍ରୀ ମହେନ୍ଦ୍ର ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ନହୁମୁଖୀର ଅନବରତ ବୃକ୍ଷରୋପଣ କୁ ପ୍ରଶଂସା କରିଥିଲେ। ପ୍ରତି ଛୁଟିଦିନ ମାନଙ୍କରେ ଚାରାରୋପଣ ପୂର୍ବକ ବୃକ୍ଷରୋପଣ ପ୍ରତି ଜନଜାଗରଣ ସୃଷ୍ଟିକରିବା ବହୁମୁଖୀର ଉଦ୍ଦେଶ୍ୟ ବୋଲି ବହୁମୁଖୀର ସଭାପତି ଉଲ୍ଲେଖ କରିଥିଲେ। ସାଧାରଣ ସମ୍ପାଦକ ମହମ୍ମଦ ଆସଲାମ, ସାଂଗଠନିକ ସମ୍ପାଦକ ଡ.ସଙ୍କର୍ଷଣ ପାତ୍ର, ସମାଜ-ମଙ୍ଗଳ ସମ୍ପାଦକ ପାର୍ବତୀ ପ୍ରସାଦ ପାଢୀ, କୋଷାଧ୍ୟକ୍ଷ ସୁନୀଲ କୁମାର ସାହୁ, ସୁବାସ ଚନ୍ଦ୍ର ପଟ୍ଟନାୟକ, ରାଜେଶ କୁମାର ବେହେରା, କେ.ରବି ବାବୁ, ଏ ସନ୍ତୋଷ ରାଓ, ବ୍ରଜେନ୍ଦ୍ର ମହାନ୍ତି, ଗଣପତି ପଟ୍ଟନାୟକ ଓ ସହକାରୀ ବନ ସଂରକ୍ଷକ ଶ୍ରୀ ରମାରଞନ ପଟ୍ଟନାୟକ ପ୍ରମୂଖ ଚାରା ରୋପଣରେ ସହଯୋଗ କରିଥିଲେ।


