ବୃକ୍ଷ ଲଗାନ୍ତୁ, ସୁସ୍ଥ ରୁହନ୍ତୁ ବୃକ୍ଷ ହିଁ ଜୀବନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସାରାବିଶ୍ୱରେ ଦିନକୁ ଦିନ ପରିବେଶ ପ୍ରଦ୍ୟୁଷଣ ବଢିଚାଲିଛି । ଏହାର ମୁଖ୍ୟକାରଣ ବୃକ୍ଷଲତା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଏଭଳି ସାଂପ୍ରତିକ ପରିସ୍ଥିତିରେ “ଉଡ୍ର ଚାରିଟେବୁଲ୍‌ଟ୍ରଷ୍ଟ୍‌” ଉଡ୍ର ପ୍ଲାଂଟ୍ ଏ ଟ୍ରିଚ୍ୟାଲେଞ୍ଜ୍‌ ମାଧ୍ୟମରେ ଗତବର୍ଷ ୫୦ ହଜାରରୁ ଉର୍ଦ୍ଧ ବୃକ୍ଷରୋପଣ କରିଥିଲେ । ଚଳିତବର୍ଷ ଆନୁଷ୍ଠାନିକ ଭାବେ ପବିତ୍ର ରଥଯାତ୍ରା ଦିନ ଉଡ୍ର ପ୍ଲାଂଟ୍ ଏ ଟ୍ରିଚ୍ୟାଲେଞ୍ଜ୍‌ ମାଧ୍ୟମରେ ବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆକାଶ ଦାସନାୟକ (ମୋକଲେଜ୍ ଅଧ୍ୟକ୍ଷ), ଡ. ହରିପ୍ରସାଦ ପଟ୍ଟନାୟକ (ଉତ୍କଳକରାଟେସ୍କୁଲର ପ୍ରତିଷ୍ଠାତା) ସମରେଶ ରାଉତରାୟ (ଅଭିନେତା), ଆଦିତ୍ୟ ଦାସ (ବୁଲୁ) (ଅଭିନେତା) ପ୍ରମୂଖ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉଡ୍ର ଚାରିଟେବୁଲ୍‌ ଟ୍ରଷ୍ଟର ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ ଓ ଟ୍ରଷ୍ଟର ସମସ୍ତ କର୍ମକର୍ତା ଉପସ୍ଥିତ ରହିବା ସହିତ ସମସ୍ତେ ଗୋଟେ ଗୋଟେ ବୃକ୍ଷ ରୋପଣ କରିଥିଲେ । କାର୍ଯ୍ୟକ୍ରମ ମାଧ୍ୟମରେ ଉଡ୍ର ଚାରିଟେବୁଲ୍‌ ଟ୍ରଷ୍ଟ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା ଯେ, ଅତିକମ୍‌ରେ ଗୋଟିଏ ଗଛ ଲଗାଇତା’ର ଫଟୋ ସେମାନଙ୍କର Facebook କିମ୍ବା ଇନ୍‌ଷ୍ଟାଗ୍ରାମରେ, UDRA Plant A Tree Challenge ୨୦୨୦ ଲେଖି ପୋଷ୍ଟ୍‌ କରିବାକୁ ଟ୍ରଷ୍ଟ ତରଫରୁ ଅନୁରୋଧ କରାଯାଇଅଛି । ସମସ୍ତେ ନିଜେ ଗଛ ଲଗାଇବା ସହିତ ସେମାନଙ୍କର ସଂପର୍କୀୟମାନଙ୍କୁ ଉଡ୍ର ପ୍ଲାଂଟ୍ ଏ ଟ୍ରିଚ୍ୟାଲେଞ୍ଜ୍‌ରେ ସାମିଲ୍‌ କରି ବୃକ୍ଷ ରୋପଣ କରିବା ପାଇଁ ଟ୍ରଷ୍ଟ୍‌ ତରଫରୁ ଆହ୍ୱାନ କରାଯାଇଅଛି । ବିଶେଷକରି ଯୁବସମାଜକୁ ଆହ୍ୱାନ ଯେ ସମସ୍ତେ ପ୍ରତିବର୍ଷ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କଲେ ପରିବେଶ ପ୍ରଦ୍ୟୁଷଣ ମୁ୍‌କ୍ତ ହେବା ସହିତ ଆମ୍ଭମାନଙ୍କର ଶରୀର ସୁସ୍ଥ ରହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ