ବୃଦ୍ଧାକୁ ଧକ୍କାଦେଇ ବୋଲରକୁ ପିଟିଲା ଟ୍ରକ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଛକ ଠାରେ ଏକ ବୃଦ୍ଧାକୁ ଧକ୍କାଦେଇ ପଳାଉଥିବା ସମୟରେ ଏକ ବୋଲରକୁ ପିଟିହେଲା ଟ୍ରକ। ଘଟଣା ସ୍ଥଳରେ ବୃଦ୍ଧାଜଣଙ୍କର ମୃତ୍ୟୁ ଘଟିଥିବା ବେଳେ , ବୋଲର ଓଲଟି ପାଞ୍ଚଜଣ ଆହତ ହୋଇଥିବା ଜଣାପଡିଛି।ହୁମ୍ମା ଫାଣ୍ଡି ନିକଟ ଏସବିଆଇ ସମ୍ମୁଖରେ ଆଜି ଅପରାହ୍ନ ପ୍ରାୟ ଚାରିଘଣ୍ଟ ସମୟରେ ଝାଡୁକୁଦାର ହେମ ଗୌଡ଼ (୬୫) ଜାତୀୟ ରାଜପଥ (୧୬) ପାର ହେଉଥିବା ବେଳେ ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ଏକ ଟ୍ରକ ( ଓଡ଼ି.୦୧ କ୍ୟୁ ୨୭୭୨) ଧକ୍କା ଦେଇ ପଳେଇବାକୁ ଚେଷ୍ଟାକରୁଥିବା ବେଳେ ଅନ୍ୟ ଏକ ବୋଲର ଦିଗପହଣ୍ଡିରୁ ଭୁବନେଶ୍ୱର ଯାଉଥିବା (ଓଡ଼ି ୦୭ ଏକ୍ସ ୭୨୭୪) କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ବୋଲର ଟି ଓଲଟି ପଡିଥିବା ବେଳେ, ବୃଦ୍ଧା ଜଣଙ୍କର ମୃତ୍ୟୁ ଘଟିଥିଲା। ବୋଲରେ ବସିଥିବା ଲୋକେ ଆହତ ହୋଇଥିଲେ। କିଛି ସମୟ ପାଇଁ ରାସ୍ତାରୋକ ହେଇଥିବା ବେଳେ ହୁମ୍ମା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶି ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ରାସ୍ତାରୋକ ହଟାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ