ବୃଦ୍ଧ ପିତାମାତାଙ୍କୁ ମାଡମାରି ପୁଅ ବୋହୁ ଜେଲଗଲେ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ବୃଦ୍ଧ ପିତାମାତାଙ୍କୁ ମାଡମାରିବା ଅଭିଯୋଗରେ ପୁଅ ଓ ବୋହୁ ଗିରଫ ହୋଇ ଜେଲଯାଇଥିବା ଜଣାପଡିଛି । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଳପଡା ଗ୍ରାମର ବୃଦ୍ଧ ଗଜେନ୍ଦ୍ର ମହାନ୍ତି ଓ ତାଙ୍କ ବୃଦ୍ଧାପତ୍ନୀଙ୍କୁ ମାଡମାରି ଘରୁ ତଡିଦେବା ଅଭିଯୋଗରେ ତାଙ୍କ ପୁଅ ଗୁଣନିଧି ଓ ବୋହୁ ଚନ୍ଦ୍ରକାନ୍ତିଙ୍କୁ ସଦର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ପିତା ଗଜେନ୍ଦ୍ର ଓ ମାଙ୍କୁ ଖାଇବାପିଇବାକୁ ନଦେବା ସହ ଘରୁ ବାହାରିଯିବାକୁ ପୂର୍ବରୁ ଧମକ ଦେଉଥିବା ପୁଅ ବୋହୁ ଗତ ୧୫ତାରିଖରେ ମାଡମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ସେହି ଅଭିଯୋଗକୁ ଭିତ୍ତିକରି ସଦର ଥାନା ପୋଲିସ ୧୨୫/୨୦୨୧ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ପୁଅ ଗୁଣନିଧି ଓ ବୋହୁ ଚନ୍ଦ୍ରକାନ୍ତିଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ମିଳିଛି ।