ବେଆଇନ ଟାୱାର ନିର୍ମାଣ ବିରୋଧରେ ଘଟଣାସ୍ଥଳରେ ତୀବ୍ର ଉତେଜନା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଂଚାୟତର ନାନକାର ଗ୍ରାମରେ ବେଆଇନ ଭାବେ ନିର୍ମାଣଧିନ ଏଆରଟେଲ କମ୍ପାନୀ ଟାୱାର ନିର୍ମାଣକୁ ବିରୋଧକରି ଗ୍ରାମର ଦଳିତ ମହିଳାମାନେ ଆଜିବି ଘଟଣାସ୍ଥଳରେ ବସିରହିଛନ୍ତି । ସେଠାରେ ଏହି ଘଟଣାକୁ ନେଇ ତୀବ୍ର ଉତେଜନା ପ୍ରକାଶ ପାଇଛି । ଅଭିଯୋଗ ଅନୁଯାଇ ନାନକାର ଗ୍ରାମର ଜନୈକ ଚୈତନ୍ୟ ଚରଣ ସାହୁ ନାମକ ବ୍ୟକ୍ତି ସେହି ଗ୍ରାମର ବୀବାଦୀୟ ସ୍ଥାନରେ ଏବଂ ଜନବସତି ମଝିରେ ସ୍ଥାନୀୟ ଜନସାଧାରଣଙ୍କ ବାରମ୍ବାର ପ୍ରତିବାଦ ସତ୍ୱେ ଏଆରଟେଲ କମ୍ପାନୀର ଏକ ଟାୱାର ନିର୍ମାଣ କରୁଛନ୍ତି । ଏସମ୍ପର୍କରେ ସ୍ଥାନୀୟ ଅଧିବାସୀମାନେ କେନ୍ଦ୍ରାପଡା ସଦର ଥାନା ଓ କେନ୍ଦ୍ରାପଡା ତହସିଲଦାରଙ୍କୁ ଅଭିଯୋଗ କରିବା ପରେ ମଧ୍ୟ କୈାଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଶେଷରେ ଏସମ୍ପର୍କରେ ସେମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ । ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ କେନ୍ଦ୍ରାପଡା ତହସିଲଦାର ସଂପୃକ୍ତ ରାଜସ୍ୱ ନୀରିକ୍ଷକଙ୍କୁ ଘଟଣାସ୍ଥଳକୁ ପଠାଇ ସରଜମିନି ତଦନ୍ତ କରିଥିଲେବି ଅଦ୍ୟାବଧି ସେହି ବେଆଇନ ଟାୱାର ନିର୍ମାଣକୁ ବନ୍ଦ କରାଯାଇନଥିବାରୁ ସ୍ଥାନୀୟ ଅଚଂଳରେ ତୀବ୍ର ଉତେଜନା ପ୍ରକାଶ ପାଇଥିବା ଦେଖାଯାଇଛି । ଟାୱାର ନିର୍ମାଣ ସ୍ଥଳଟି ଏକ ବିବାଦୀୟ ସ୍ଥାନ ଓ ଜନବସତି ମଝିରେ ହୋଇଥିବାରୁ ସ୍ଥାନୀୟ ଅଚଂଳର ଦଳିତ ମହିଳାମାନେ ଏହାକୁ ଦୃଢ ବିରୋଧ କରି ଘଟଣାସ୍ଥଳରେ ଜଗି ରହିଛନ୍ତି । ଆଜି ଜମି ମାଲିକ ଅନ୍ୟ କେତେକ ମହିଳାଙ୍କୁ ଆଣି ସେଠାରେ ପାଟିତୁଣ୍ଡ କରାଇଥିଲେବି ଟାୱାର ନିର୍ମାଣକୁ ବିରୋଧ କରୁଥିବା ଦଳିତ ମହିଳାମାନେ ତାହାର ପ୍ରତିବାଦ କରି ସେମାନଙ୍କୁ ସେଠାରୁ ଫେରାଇ ଦେଇଛନ୍ତି । ଘଟଣା ସ୍ଥଳରେ ତୀବ୍ର ଉତେଜନା ପ୍ରକାଶ ପାଇଥିଲେବି ପୋଲିସ କୈାଣସି ପଦକ୍ଷେପ ଗ୍ରହଣ ନକରିବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି । ସେମାନଙ୍କ ବାସଗୃହ ନିକଟରୁ ମାତ୍ର ୧୦ମିଟର ଦ୍ୱରରେ ଏଭଳି ବେଆଇନ ଟାୱାର ନିର୍ମାଣ କରାଯାଉଥିବାରୁ ମମତା ମଳିକ, ମଧୁସ୍ମିତା ମଳିକ, ଅଜି ମଳିକ, ବାସନ୍ତି ମଳିକ, ଶାନ୍ତିଲତା ମଳିକ, ଲକ୍ଷ୍ମୀପ୍ରୀୟା ମଳିକ, ପିଙ୍କି ମଳିକ, ଲୋଚନ ମଳିକ, ଧୁରଦେବୀ ମଳିକ, ପ୍ରତିମା ମଳିକ, ପମି ମଳିକ, ମୋନାଲିସା ମହାନ୍ତି, ରଞ୍ଜିତା ମହାନ୍ତି, ରଶ୍ମିତା ଦାସ ପ୍ରମୁଖ ବେଆଇନ ଟାୱାର ନିର୍ମାଣକୁ ବିରୋଧ କରିଛନ୍ତି । ଘଟଣାସ୍ଥଳରେ ଶାନ୍ତିଭଙ୍ଗ ହେବାର ଯଥେଷ୍ଟ ସମ୍ଭାବନା ଥିବାରୁ ସଦର ଥାନା ପୋଲିସ ଆବଶ୍ୟକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।